ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ଦୌଡ଼ରେ ରାଜାମୌଲିଙ୍କ ‘ଆରଆରଆର’

ନୂଆଦିଲ୍ଲୀ: ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ସମ୍ମାନ ଜନକ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଅଣ-ଇଂରାଜୀ ଭାଷା ଫିଲ୍ମ ବର୍ଗରେ ମନୋନୀତ ହୋଇଛି । ଏହାଛଡ଼ା ଏହି ଫିଲ୍ମର ହିଟ୍ ଗୀତ ‘ନାଟୁ-ନାଟୁ’ ଶ୍ରେଷ୍ଠ ମୂଳ ସଂଗୀତ ବର୍ଗରେ ସର୍ଟ ଲିଷ୍ଟ ହୋଇଛି ।

ମାର୍ଚ୍ଚରେ ମୁକ୍ତିଲାଭ କରିଥିବା ‘ଆରଆରଆର’ ରେ ରାମ ଚରନ ଏବଂ ଜୁନିଅର ଏନଟିଆର୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ | ଆଲିଆ ଭଟ୍ଟ, ଅଜୟ ଦେବଗନ୍ ଏବଂ ଶ୍ରୀୟା ସରନ୍ ମଧ୍ୟ ଏହି ଫିଲ୍ମ ଷ୍ଟାରକାଷ୍ଟର ଅଂଶବିଶେଷ ଥିଲେ ।

‘ଆରଆରଆର’ ସାରା ବିଶ୍ୱରେ ୧୨୦୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା | ଏହି ଫିଲ୍ମ ୫ଟି ଭାଷା ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀରେ ମୁକ୍ତିଲାଭ କରିଥିଲା ।

Comments are closed.