ରୁବିନା ଦିଲାଏକ୍ ଜିତିଲେ ବିଗ୍ ବସ୍‌-୧୪

ମୁମ୍ବାଇ – ଟିଭି ଅଭିନେତ୍ରୀ ରୁବିନା ଦିଲାଏକ୍ ଜିତିଛନ୍ତି ରିଆଲିଟି ଶୋ’ ବିଗ୍ ବସ୍‌ର ୧୪ତମ ସିଜନ୍ । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଗାୟକ ରାହୁଲ ବୈଦ୍ୟଙ୍କୁ ହରାଇ ଟାଇଟଲ୍ ଜିତିଛନ୍ତି । ‘ଛୋଟି ବୋହୂ’ ଓ ‘ଶକ୍ତି – ଅସ୍ତିତ୍ୱ ଏକ ଏହସାସ କି’ ଭଳି ସିରିଏଲ୍‌ରେ ଅଭିନୟ ପାଇଁ ରୁବିନା ପରିଚିତ ।

‘ବିଗ୍ ବସ୍‌-୧୪’ର ହୋଷ୍ଟ୍ ବଲିଉଡ୍ ଅଭିନେତା ସଲମାନ ଖାନ ଫିଲ୍ମସିଟି ଷ୍ଟୁଡିଓରେ ଏହି ଶୋ’ର ସେଟ୍‌ରେ ବିଜେତାଙ୍କ ନାମ ଘୋଷଣା କରିଥିଲେ ।

ସ୍ୱାମୀ ଅଭିନବ ଶୁକ୍ଲାଙ୍କ ସହ ୩୩ ବର୍ଷୀୟା ରୁବିନା ଏହି ରିଆଲିଟି ଶୋ’ରେ ପ୍ରବେଶ କରିଥିଲେ । ଆରମ୍ଭରୁ ସେ ଦର୍ଶକଙ୍କ ଫେଭରିଟ୍ ଥିଲେ । ଅକ୍ଟୋବରରୁ ଆରମ୍ଭ ହୋଇଥିବା ସିଜନ-୧୪ରେ ରୁବିନା ତାଙ୍କ ଚର୍ଚ୍ଚିତ ବିବାହ ଠାରୁ ଆରମ୍ଭ କରି ରାହୁଲ ବୈଦ୍ୟଙ୍କ ସହ ତାଙ୍କର ବିବାଦ ଏବଂ ନିଜ ଜୀବନର ଅନେକ ରହସ୍ୟ ସମ୍ପର୍କରେ ଏହି ଶୋ’ରେ ଖୋଲାଖୋଲି ପ୍ରକାଶ କରିଥିଲେ । ବିଗ୍ ବସ୍‌-୧୪ ଶୋ’ରେ ରୁବିନା ଅନ୍ୟତମ ଲୋକପ୍ରିୟ ପ୍ରତିଯୋଗୀ ଥିଲେ ।

Comments are closed.