ସଂସଦରେ ଆଦାନୀ ଝଡ଼, ବିରୋଧୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ଦାବି, ଗୃହକାର୍ଯ୍ୟ ଅପରାହ୍ନ ୨ଟା ଯାଏଁ ମୁଲତବୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଉପରେ ହିଣ୍ଡେନବର୍ଗ ରିପୋର୍ଟ ନେଇ ଆଜି ମଧ୍ୟ ସଂସଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଗୌତମ ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ରିପୋର୍ଟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ହଙ୍ଗାମା ପରେ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଆଦାନୀ କମ୍ପାନୀର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇ ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ଏହା ଆଦାନୀ ଗ୍ରୁପ୍ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତି | କାରଣ ମୋଦୀ ଜୀ ଆଦାନୀଙ୍କୁ ବିଜୁଳି ଦେଲେ, ଜାହାଜ ଦେଲେ, ବିମାନବନ୍ଦର ଦେଇଥିଲେ। ଏହି କମ୍ପାନୀକୁ ପ୍ରଧାନମନ୍ତ୍ରୀ ସବୁକିଛି ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଏପରି ଚାଞ୍ଚଲ୍ୟକର ଦୁର୍ନୀତି ସାମ୍ନାକୁ ଆସିଛି | ସରକାର ଏହା ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ଉଚିତ୍।

ଗୃହରେ ଏହି ପ୍ରସଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶିବସେନାର ସଞ୍ଜୟ ରାଉତ କହିଛନ୍ତି। କାରଣ ଆମ ଦେଶର ଲୋକଙ୍କ ଟଙ୍କା ହଡ଼ପ କରାଯାଇଛି। ଏହା ସାଧାରଣ ଲୋକଙ୍କ ପ୍ରସଙ୍ଗ | ଆମେ ଏହା ଉପରେ ଚୁପ୍ ରହିବୁ ନାହିଁ | କଂଗ୍ରେସ ସଦସ୍ୟ ମନୀଷ ତିୱାରୀ କ‌ହିଛନ୍ତି ସରକାର ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ।

Comments are closed.