ରାଜ୍ୟଗୋଷ୍ଠୀ କ୍ରୀଡ଼ା: ବଜରଙ୍ଗଙ୍କ ପରେ ସାକ୍ଷୀ ବି ଜିତିଲେ କୁସ୍ତିରେ ସ୍ବର୍ଣ୍ଣ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା କୁସ୍ତିରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ବଜରଙ୍ଗ ପୁନିଆ ସ୍ୱର୍ଣ୍ଣ ପଦକ ଜିତିବାର କିଛି ମିନିଟ ପରେ ଶୁକ୍ରବାର ମହିଳା ୬୨ କିଲୋଗ୍ରାମ ବର୍ଗରେ ସାକ୍ଷୀ ମଲିକ ମଧ୍ୟ ସ୍ୱର୍ଣ୍ଣ ଜିତିଛନ୍ତି | ସେ ଫାଇନାଲରେ ଏକଦା ୦-୪ରେ ପଛୁଆ ରହିଥିବା ସତ୍ତ୍ବେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି କାନାଡାର ଅଣ୍ଡର-୨୪ ବିଶ୍ୱ ଚାମ୍ପିଅନ୍ ଆନା ଗୋଡିନଙ୍କୁ ଧରାଶାୟୀ କରି କୁସ୍ତିରେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଦେଇଛନ୍ତି | ରାଜ୍ୟଗୋଷ୍ଠୀ କ୍ରୀଡାରେ ସାକ୍ଷୀଙ୍କ ପାଇଁ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । ସେ ୨୦୧୪ରେ ରୌପ୍ୟ ଏବଂ ୨୦୧୮ରେ ବ୍ରୋଞ୍ଜ ଜିତିଥିଲେ |

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୮ରେ ପହଞ୍ଚିଛି। ଭାରତ ଏଯାବତ ସର୍ବମୋଟ ୨୩ଟି ପଦକ ଜିତିଛି ।

Comments are closed.