ବରିଷ୍ଠ ଅଭିନେତା ସଲିମ୍ ଘୋଷଙ୍କ ହୃଦଘାତରେ ପରଲୋକ

ମୁମ୍ବାଇ: ମନ୍ଥନ, ଚକ୍ର, କାଲିୟୁଗ୍, ସାରାଂଶ, ତ୍ରିକାଳ ଆଘାତ, ଦ୍ରୋହି, ମୋହନ ଯୋଶୀ ହାଜର ହୋ, ସର୍ଦ୍ଦାର ବେଗମ୍, କୋଏଲା, ସୈନିକ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ସଲିମ୍ ଘୋଷଙ୍କ ହୃଦଘାତ ଯୋଗୁଁ ପରଲୋକ ହୋଇଯାଇଛି ।

ହିନ୍ଦୀ, ତାମିଲ ଏବଂ ଅନ୍ୟାନ୍ୟ ଭାଷାରେ କାମ କରିବା ବ୍ୟତୀତ ସଲିମ ଘୋଷ ମଧ୍ୟ ୟେ ଜୋ ହୈ ଜିନ୍ଦେଗୀ, ସୁବାହ, ଭାରତ ଏକ ଖୋଜ୍, ସମ୍ବିଧାନ ଭଳି ଟିଭି ଶୋ’ରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ | ଫିଲ୍ମ ବ୍ୟତୀତ ସେ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ଥିଲେ | ସେ ଶ୍ୟାମ ବେନିଗଲଙ୍କ ଟିଭି ଶୋ ଭାରତ ଏକ ଖୋଜରେ ରାମ, କୃଷ୍ଣ ଏବଂ ଟିପୁ ସୁଲତାନଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଟିଭି ଶୋ’ ଶୋ ୱାଗଲେ କି ଦୁନିଆ (୧୯୮୮) ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା |

ପୁଣେ ସ୍ଥିତ ଫିଲ୍ମ ଆଣ୍ଡ୍ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ର ଗ୍ରାଜୁଏଟ୍ ସଲିମ୍ ଘୋଷ କିମ୍, ଦି ପରଫେକ୍ଟ ମର୍ଡର, ଡିସିଭର୍ସ, ଦ ମହାରାଜାସ୍ ଡଟର, ଗେଟିଙ୍ଗ୍ ପର୍ସନାଲ ଭଳି ଅନେକ ପ୍ରୋଜେକ୍ଟରେ ମଧ୍ୟ କାମ କରିଥିଲେ। ୧୯୯୫ରେ ରିଲିଜ୍ ହୋଇଥିବା ହିନ୍ଦୀ ଭର୍ସନ ଫିଲ୍ମ ଦି ଲାୟନ କିଙ୍ଗରେ ସେ ସ୍କାର୍ ଚରିତ୍ର ପାଇଁ ଭଏସ୍ ଦେଇଥିଲେ।

Comments are closed.