ସଲମାନଙ୍କୁ ମିଳିବ ଓ୍ବାଇ ପ୍ଲସ୍ ସୁରକ୍ଷା, ହତ୍ୟା ଧମକ ପରେ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ସଲମାନଙ୍କୁ ଏବେ ଓ୍ବାଇ ପ୍ଲସ୍ ସୁରକ୍ଷା ଦିଆଯିବ | ତାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ହତ୍ୟା ଧମକ ମିଳିଥିଲା। କିଛି ଦିନ ତଳେ ସଲମାନଙ୍କ ପରିବାରକୁ ମଧ୍ୟ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା।

ଚଳିତ ବର୍ଷ ମେ ୨୯ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ସଲମାନ ଖାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ସଲମାନଙ୍କ ମଧ୍ୟ ସିଦ୍ଧୁ ମୋସେୱାଲା ପରି ଅବସ୍ଥା ହେବ ବୋଲି ଉକ୍ତ ଚିଠିରେ ଲେଖାଯାଇଥିଲା। ଗିରଫ ହୋଇଥିବା ବିଷ୍ଣୋଇ ଗ୍ୟାଙ୍ଗର ଅନେକ ସଦସ୍ୟ ପୋଲିସ ଆଗରେ ସ୍ବୀକାର କରିଥିଲେ ଯେ ସେମାନେ ସଲମାନଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ । ତାଙ୍କ ଜୀବନ ପ୍ରତି ବିପଦ ଦୃଷ୍ଟିରୁ ମହାରାଷ୍ଟ୍ର ସରକାର ସଲମାନଙ୍କ ସୁରକ୍ଷା ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Comments are closed.