ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଭିଯୋଗରେ ତିହାର ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନ ଗୁରୁବାର ପୁଣି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜେଲ ପ୍ରଶାସନର କହିବାନୁସାରେ, ଜୈନ ଜେଲ୍ ବାଥରୁମରେ ଖସି ପଡ଼ିଯିବାରୁ ଆହତ ହୋଇଛନ୍ତି। ତାଙ୍କ ପିଠି, କାନ୍ଧ ଏବଂ ବାମ ଗୋଡରେ ଆଘାତ ଲାଗିଛି। ତାଙ୍କୁ ଦୀନ୍ ଦୟାଲ ଉପାଧ୍ୟାୟ (ଡିଡିୟୁ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜେଲ ମୁଖପାତ୍ର ଅରବିନ୍ଦ କୁମାର କହିଛନ୍ତି ପ୍ରାଥମିକ ଯାଞ୍ଚରୁ ଜୈନଙ୍କୁ କୌଣସି ଗୁରୁତର ଆହତ ଲାଗି ନାହିଁ।
ସୂଚନାଯୋଗ୍ୟ, ତିନି ଦିନ ପୂର୍ବେ ଦୁର୍ବଳତା ଅନୁଭବ କରିବାରୁ ସତ୍ୟେନ୍ଦ୍ର ଜୈନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ସେ ଜେଲ୍ ବାଥରୁମରେ ପଡ଼ି ମେରୁଦଣ୍ଡରେ ଗଭୀର ଆଘାତ ପାଇଥିଲେ।
ମେ ୧୮ରେ ସତ୍ୟେନ୍ଦ୍ର ଜୈନ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଇଡିକୁ ଜବାବ ମାଗିଛନ୍ତି ।
Comments are closed, but trackbacks and pingbacks are open.