ଦେଶକୁ ଟିଏନ୍ ସେସାନଙ୍କ ପରି ନିର୍ବାଚନ ଅଧିକାରୀ ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର କାର୍ଯ୍ୟରେ ସ୍ୱଚ୍ଛତା ଓ ଆଣିବା ନେଇ ଦାଖଲ ଏକ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଆଗରେ ଅନେକ ବଡ଼ ପ୍ରଶ୍ନ ରଖିଛନ୍ତି । ୨୦୦୭ ମସିହାରୁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇସି)ଙ୍କ କାର୍ଯ୍ୟକାଳ କାହିଁକି କମିଛି ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ।

୧୯୯୧ ମସିହା ଅଧିନିୟମ ଅନ୍ତର୍ଗତ ସିଇସି ଓ ଇସିଙ୍କ କାର୍ଯ୍ୟକାଳ ୬ ବର୍ଷ ଥିଲା । କିନ୍ତୁ ୨୦୦୭ରୁ ଏହା କାହିଁକି କମିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ସାମ୍ପ୍ରତିକ ସ୍ଥିତିରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ଟିଏନ୍ ସେସାନଙ୍କ ଭଳି ଜଣେ ଯୋଗ୍ୟ, ନିରପେକ୍ଷ ଓ ବଳିଷ୍ଠ ଚରିତ୍ର ସମ୍ପନ୍ନ ବ୍ୟକ୍ତିଙ୍କ ଆବଶ୍ୟକତା ରହିଛି । ଏଥିପାଇଁ ସିଇସି ଓ ଇସି ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଜରୁରୀ ବୋଲି ଜଷ୍ଟିସ ଅଜୟ ରାସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷୀକେଶ ରୟ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି । ଏହି ମାମଲାରେ କୌଣସି ଆଇନର ବିଚାର କରାଯାଇଛି କି ନାହିଁ ତାହା ଜଣାଇବାକୁ କେନ୍ଦ୍ରକୁ କହିଛନ୍ତି କୋର୍ଟ ।

୧୯୯୧ ମସିହା ଅଧଅଧିନିୟମ ଅନ୍ତର୍ଗତ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟକାଳ ୬ ବର୍ଷ ଥିଲା । ୨୦୦୭ରୁ ଏହାକୁ ହ୍ରାସ କରାଯାଇଥିଲା । ଫଳରେ ଅନେକ ସିଇସି ସେମାନଙ୍କ ଧାର୍ଯ୍ୟ କାର୍ଯ୍ୟ ପୂରଣ କରିବା ପୂର୍ବରୁ ପଦ ଛାଡ଼ିବାକୁ ପଡ଼ିଥିଲା ।

୨୦୦୪ ପରେ କୌଣସି ମୁଖ୍ୟ ନିର୍ବାଚନ ଆୟୁକ୍ତ ୬ ବର୍ଷର କାର୍ଯ୍ୟକାଳ ପୂରା କରିନାହାଁନ୍ତି । ୧୦ ବର୍ଷରେ ୬ ସିଇସି ନିଯୁକ୍ତ ହୋଇଥିଲେ । କିନ୍ତୁ ଏନଡିଏ ସରକାରର ୮ ବର୍ଷ ଶାସନରେ ୮ ଜଣ ସିଇସି ବଦଳିଛନ୍ତି ।

Comments are closed.