ଶାହନୱାଜ ହୁସେନ୍‌ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବଳାତ୍କାର ମାମଲା ରୁଜୁ ଉପରେ ସ୍ଥଗିତାଦେଶ

ନୂଆଦିଲ୍ଲୀ:ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନୱାଜ ହୁସେନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ବସ୍ତି । ହୁସେନ୍‌ଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ନେଇ ଦିଲ୍ଲୀ ହାଇକୋର୍ଟର ଆଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି ।

ସୋମବାର ଏହି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଜେପି ନେତାଙ୍କ ବିରୋଧରେ ଚାଲିଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ ମଧ୍ୟ ସ୍ଥଗିତ ରଖିଛନ୍ତି।

୨୦୧୮ରେ ଜଣେ ମହିଳା ଶାହନୱାଜ ହୁସେନ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା ଧମକ ଦେଇଥିଲେ।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଶାହନୱାଜ ହୁସେନ୍‌ଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ଏହି ବିଜେପି ନେତା ସୁପ୍ରିମକୋର୍ଟ ଯାଇଥିଲେ।

୨୦୧୮ରେ ଦିଲ୍ଲୀର ଜଣେ ମହିଳା ଶାହନାୱାଜ ହୁସେନ୍‌ଙ୍କ ନାଁରେ ବଳାତ୍କାର ଅଭିଯୋଗ ଆଣି ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ପାଇଁ ନିର୍ଦ୍ଦେଶ ଦେବାକୁ ଏକ ନିମ୍ନ ଅଦାଲତରେ ପିଟିସନ ଦାୟର କରିଥିଲେ।

୭ ଜୁଲାଇ ୨୦୧୮ରେ ହୁସେନଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିବାକୁ ମାଜିଷ୍ଟ୍ରେଟ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶକୁ ସେସନ କୋର୍ଟରେ ବିଜେପି ନେତା ଚ୍ୟାଲେଞ୍ଜ କରିଥିଲେ। ଏହା ପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ବିଜେପି ନେତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ।

Comments are closed.