ନିଟ୍-ପିଜିରେ ଇଡବ୍ଲ୍ୟୁଏସ୍ କୋଟା ମାମଲାର କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍-ପିଜି ଆଡମିଶନରେ ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) କୋଟା ମାମଲାର ବୁଧବାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। କେନ୍ଦ୍ର କୋର୍ଟଙ୍କୁ କହିଥିଲେ ଯେ ଇଡବ୍ଲ୍ୟୁଏସ୍ ପାଇଁ ସ୍ଥିର ହୋଇଥିବା ୮ ଲକ୍ଷ ଟଙ୍କା ଆୟ ସୀମା ଉପରେ ପୁନର୍ବିଚାର କରାଯିବ। ଚାରି ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗର ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । ସେପର୍ଯ୍ୟନ୍ତ ନିଟ୍ ର କାଉନସେଲିଂ ବନ୍ଦ ରଖାଯିବ ବୋଲି କେନ୍ଦ୍ର ତରଫରୁ କୁହାଯାଇଥିଲା ।

Comments are closed.