କୋରୋନା କଟକଣା ମଧ୍ୟରେ କିଛି ରାଜ୍ୟରେ ଆଜି ପୁଣି ଖୋଲିଲା ସ୍କୁଲ୍ , ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ହିଁ ପାଠପଢା

ନୂଆଦିଲ୍ଲୀ – କୋରୋନା କଟକଣା ମଧ୍ୟରେ ଆଜି କିଛି ରାଜ୍ୟରେ ସ୍କୁଲ୍ ପୁଣି ଖୋଲିଛି । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସ ହେବ ବୋଲି ଅନୁମତି ଦିଆଯାଇଛି । ତେବେ, ସ୍କୁଲ୍ ଖୋଲିବା କି ନ ଖୋଲିବା ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି କେନ୍ଦ୍ର ସରକାର । ତେଣୁ ଅନେକ ରାଜ୍ୟ କୋରୋନା ମହାମାରୀ ଯୋଗୁଁ ଆଜଠାରୁ ସ୍କୁଲ୍ ନ ଖୋଲିବା ଲାଗି ନିଷ୍ପତି ନେଇଛନ୍ତି । କୋରୋନା ମାମଲା ବଢୁଥିବାର ଦିଲ୍ଲୀ, ୟୁପି, ପଶ୍ଚିମବଙ୍ଗ, ଗୁଜରାଟ ଭଳି ରାଜ୍ୟରେ ସ୍କୁଲ୍ ଖୋଲିବ ନାହିଁ ।

Comments are closed.