ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । କରୋନା ପରବର୍ତ୍ତୀ ଜଟିଳତା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ଥିଲା । ଗତ ସପ୍ତାହରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଝିଅ ତଥା ହାସ୍ୟ ଅଭିନେତ୍ରୀ ମଲ୍ଲିକା ଦୁଆ ସୂଚନା ଦେଇଛନ୍ତି । ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ଦୂରଦର୍ଶନ ଏବଂ ଏନଡିଟିଭିରେ ଅନେକ ବର୍ଷ କାର୍ଯ୍ୟ କରିଥିବା ଦୁଆ ବର୍ଷ ଆରମ୍ଭରେ କରୋନାରେ ସଂକ୍ରମିତ ହୋଇଥିଲେ | ଏଥିରୁ ସୁସ୍ଥ ହେବା ପରେ ମଧ୍ୟ ସେ କରୋନା ପରବର୍ତ୍ତୀ ଜଟିଳତା ଯୋଗୁଁ ଗତ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ଦୁଆଙ୍କ ପତ୍ନୀ ରେଡିଓଲୋଜିଷ୍ଟ ପଦ୍ମାବତୀଙ୍କ ଜୁନରେ କରୋନାରେ ମୃତ୍ୟୁ ହୋଇଥିଲା | ବିନୋଦ ଦୁଆଙ୍କ ମୃତ୍ୟୁରେ ଭାରତୀୟ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

Comments are closed.