କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହ ଗିଲାନିଙ୍କ ପରଲୋକ, ରାଷ୍ଟ୍ରୀୟ ଶୋକ ଘୋଷଣା କଲା ପାକିସ୍ତାନ, କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ / ଶ୍ରୀନଗର: ତିନି ଦଶନ୍ଧିରୁ ଅଧିକ ସମୟ ଧରି ଜାମ୍ମୁ କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଅଭିଯାନର ନେତୃତ୍ୱ ନେଇଥିବା ସୟଦ ଅଲ୍ଲୀ ଶାହ ଗିଲାନିଙ୍କ ଗତକାଲି ରାତିରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ମୃତ୍ୟୁକୁ ନେଇ ପାକିସ୍ତାନ ରାଜନୀତି ଆରମ୍ଭ କରିଦେଇଛି।ଗିଲାନିଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବାବେଳେ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ଭାରତ ବିରୋଧରେ ଟ୍ୱିଟ କରିଛନ୍ତି। ଏନେଇ କଂଗ୍ରେସ ଇମ୍ରାନ ସରକାରକୁ ସମାଲୋଚନା କରିଛି।

କାଶ୍ମୀରର ସୋପୋରରୁ ତିନିଥର ବିଧାୟକ ଥିବା ଗିଲାନି ୨୦୦୮ ଅମରନାଥ ଜମି ବିବାଦ ଏବଂ ଶ୍ରୀନଗରରେ ୨୦୧୦ରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଉପତ୍ୟକାରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନର ଚେହେରା ପାଲଟିଥିଲେ। ସେ ହୁରିୟାତ୍ କରଫରେନ୍ସ ପ୍ରତିଷ୍ଠାତା ସଦସ୍ୟ ଥିଲେ । କିନ୍ତୁ ସେ ଏଥିରୁ ଦୂରେଇ ଯାଇ ୨୦୦୦ରେ ତେହେରିକ-ଇ-ହୁରିୟାତ୍ ନାମରେ ଏକ ସଂଗଠନ କରିଥିଲେ। ସେ ଜୁନ୍ ୨୦୨୦ରେ ହୁରିୟାତ୍ କନଫରେନ୍ସରୁ ମଧ୍ୟ ବିଦାୟ ନେଇଥିଲେ।

Comments are closed.