ଘାଟି ତଳକୁ ଖସିଲା ଗାଡ଼ି, ୭ ମୃତ

ଜାମ୍ମୁ: ଜାମ୍ମୁ କାଶ୍ମୀରର କିସ୍ତଓ୍ବାଡ ଜିଲ୍ଲାରେ ଏକ ଗାଡ଼ି ଘାଟି ତଳକୁ ଖସି ପଡ଼ିବାରୁ ଅତି କମରେ ୭ ଜଣ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ବୁଧବାର ସକାଳ ପ୍ରାୟ ୮:୩୫ ସମୟରେ ଡାଞ୍ଚନ ଅଞ୍ଚଳର ଡାଙ୍ଗଡୁରୁ ବିଦ୍ୟୁତ୍ ପ୍ରକଳ୍ପ ନିକଟରେ ଘଟିଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଟୁଇଟ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଆହତମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଡଙ୍ଗଦୁରୁ ପ୍ରକଳ୍ପ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି ବୋଲି ସେ କହିଛନ୍ତି । ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

Comments are closed.