ଛତିଶଗଡର ବସ୍ତରରେ ଖଣି ଭୁଶୁଡ଼ି ୭ ମୃତ

ରାୟପୁର : ଶୁକ୍ରବାର ଛତିଶଗଡର ବସ୍ତର ଜିଲ୍ଲାରେ ବଡ଼ ଅଘଟଣ ଘଟିଛି। ବସ୍ତରର ମାଲଗାଓଁରେ ପଥର ଖଣି ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଶ୍ରମିକ ଏବେ ବି ଖଣି ତଳେ ଫସି ରହିଛନ୍ତି। ସୂଚନା ପାଇ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି | ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ଖଣି ଭିତରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡାକ୍ତରଖାନା ନେବା ବାଟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।

Comments are closed.