ଛତିଶଗଡ଼ରେ ପୁଣି ୭ ମାଓବାଦୀ ନିପାତ

ନାରାୟଣପୁର (ଛତିଶଗଡ଼): ଛତିଶଗଡ଼ରେ ମାଓ ବିରୋଧୀ ଅପରେସନରେ ସୁରକ୍ଷା ବାହିନୀକୁ ପୁଣି ମିଳିଛି ସଫଳତା। ନାରାୟଣପୁର ଓ କାଙ୍କେର ଜିଲ୍ଲା ସୀମାରେ ମଙ୍ଗଳବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଏହି ସଂଘର୍ଷରେ ଅନେକ ମାଓବାଦୀ ଆହତ ହୋଇଥିବା ଜଣାପଡିଛି।

ମହାରାଷ୍ଟ୍ର ସୀମାକୁ ଲାଗିଥିବା ଟେକମେଟା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ନକ୍ସଲ ବିରୋଧୀ ଅପରେସନରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ର ମିଳିତ ଟିମ୍ ସାମିଲ ଥିଲେ। ଏବେ ବି ସେଠାରେ ଗୁଳି ବିନିମୟ ଜାରି ରହିଛି । ଏହି ଅପରେସନରେ ସୁରକ୍ଷା ବାହିନୀ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣେ ଅଧିକାରୀ କହିଛନ୍ତି।

ଏହା ପୂର୍ବରୁ ଏପ୍ରିଲ ୧୬ରେ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଥିବା ମାଓ ବିରୋଧୀ ଅପରେସନରେ ୨୯ ମାଓବାଦୀ ନିହତ ହୋଇଥିଲେ ।

Comments are closed.