ବିହାରରେ ପୁଣି ବିଷାକ୍ତ ମଦ ନେଲା ୭ ଜୀବନ

ପାଟଣା: ଗତ ତିନି ଦିନ ମଧ୍ୟରେ ବିହାରର ସାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଗତ ସପ୍ତାହରେ, ବିଷାକ୍ତ ମଦ ଯୋଗୁଁ ୧୧ ଜଣ ପ୍ରାଣ ହରାଇଥିଲେ ​​ଏବଂ ଅନେକ ଲୋକ ଅନ୍ଧ ହୋଇଯାଇଥିଲେ।
ସାରଣ ଏସପି ସନ୍ତୋଷ କୁମାର କହିଛନ୍ତି, “ଅଗଷ୍ଟ ୧୦ ତାରିଖରୁ ସାରଣର ମସୁଧୀରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ବିଷାକ୍ତ ମଦ ପିଇ ଏମାନଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଦାବି କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଜଣାପଡ଼ିବ । ”

ସେ କହିଛନ୍ତି ଯେ ବିଷାକ୍ତ ମଦର ଧନ୍ଦା କରୁଥିବା ଲୋକଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଛି। ବିହାରରେ ମଦ ନିଷେଧ କରାଯାଇଥିଲେ ମଧ୍ୟ ଗତ ବର୍ଷ ନଭେମ୍ବର ଠାରୁ ଏଯାବତ୍ ରାଜ୍ୟରେ ବିଷାକ୍ତ ମଦ ଯୋଗୁଁ ୬୦ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.