ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ସରସ୍ୱତୀଙ୍କ ପରଲୋକ

ଭୋପାଳ: ଦ୍ୱାରକା ଓ ଜ୍ୟୋତିର୍ମଠ ପୀଠର ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ସରସ୍ୱତୀଙ୍କ ୯୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶଙ୍କରାଚାର୍ଯ୍ୟ ସ୍ବରୂପାନନ୍ଦ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ ନରସିଂହପୁର ଜିଲ୍ଲାର ଯୋଟେଶ୍ୱର ପୀଠର ପରମହଂସୀ ଗଙ୍ଗା ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ନିଶ୍ୱାସ ନେବାରେ ସମସ୍ୟା ଯୋଗୁଁ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ୱତୀଙ୍କୁ ନିକଟରେ ଜବଲପୁରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ବରୂପାନନ୍ଦ ସରସ୍ୱତୀ ୨ ସେପ୍ଟେମ୍ବର ୧୯୨୪ରେ ଜନ୍ମଗ୍ରହଣ କରିଥିଲେ ଏବଂ ଦ୍ୱାରକା ଏବଂ ଜ୍ୟୋତିର୍ମଠ ପୀଠର ଶଙ୍କରାଚାର୍ଯ୍ୟ ଥିଲେ | ତାଙ୍କ ବିୟୋଗରେ ସନ୍ଥ ସମାଜରେ ଶୋକ ପ୍ରକାଶ ପାଇଛି।

Comments are closed.