ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତରରେ କାଶ୍ମୀର ପ୍ରସଙ୍ଗ ଉଠାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ

ଇସଲାମାବାଦ: ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା ପାଇଁ ଧନ୍ୟବାଦ ଜଣାଇବା ସହ କାଶ୍ମୀର ବିଷୟରେ ଉଲ୍ଲେଖ କରିଛନ୍ତି ।

ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତାର ଉତ୍ତରରେ ଶାହବାଜ ସରିଫ ଟ୍ୱିଟ୍ କରି କହିଛନ୍ତି, “ପାକିସ୍ତାନ ଭାରତ ସହ ଶାନ୍ତିପୂର୍ଣ୍ଣ ତଥା ସହଯୋଗପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି। ଜମ୍ମୁ କାଶ୍ମୀର ସମେତ ଦୁଇ ଦେଶ ମଧ୍ୟରେ ବିଚାରାଧୀନ ସବୁ ସମସ୍ୟାର ସମାଧାନ ହେବା ଆବଶ୍ୟକ। ଆତଙ୍କବାଦ ବିରୋଧରେ ଲଢ଼ିବାରେ ପାକିସ୍ତାନ ଯେଉଁ ବଳିଦାନ ଦେଇଛି ତାହା ସମସ୍ତେ ଜାଣିଛନ୍ତି।” ତେଣୁ ଆମେ ଶାନ୍ତି ସୁନିଶ୍ଚିତ କରିବା ଉଚିତ ଏବଂ ଆମ ଲୋକଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ଉପରେ ଧ୍ୟାନ ଦେବା ଉଚିତ୍। ”

ଏହାପୂର୍ବରୁ ଶାହବାଜ ସରିଫଙ୍କୁ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ, “ମିଆନ ମହମ୍ମଦ ଶାହବାଜ ସରିଫଙ୍କୁ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ। ଭାରତ ଏକ ଆତଙ୍କବାଦ ମୁକ୍ତ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଚାହୁଁଛି ଯାହା ଦ୍ଵାରା ଆମେ ବିକାଶର ଆହ୍ବାନ ଉପରେ ଧ୍ୟାନ ଦେଇ ପାରିବା। “ଏବଂ ଆମ ଲୋକମାନଙ୍କର ସୁସ୍ଥତା ଏବଂ ସମୃଦ୍ଧି ନିଶ୍ଚିତ କରିବା |”

Comments are closed.