ସିରାଜ୍ ବିଶ୍ବର ଏକ ନମ୍ବର ଦିନିକିଆ ବୋଲର

ଦୁବାଇ: ଆଇସିସି ଦିନିକିଆ ବୋଲର ର଼୍ୟାଙ୍କିଙ୍ଗରେ ପ୍ରଥମ ଥର ପାଇଁ ଭାରତୀୟ ପେସର୍ ମହମ୍ମଦ ସିରାଜ୍ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

ସିରାଜ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ଏବଂ ଅଷ୍ଟ୍ରେଲିଆର ଜୋଶ ହାଜଲେଉଡଙ୍କୁ ପଛରେ ପକାଇ ଦିନିକିଆରେ ବିଶ୍ବର ଏକ ନମ୍ବର ବୋଲର ହୋଇଛନ୍ତି । ଗତ ୧୨ ମାସରେ ସିରାଜ୍ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି । ସେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ମଧ୍ୟ ବହୁତ ପ୍ରଭାବୀ ପ୍ରଦର୍ଶନ କରିଥିଲେ ।

ସେ ଶ୍ରୀଲଙ୍କା ବିପକ୍ଷ ତିନୋଟି ମ୍ୟାଚରେ ୯ ୱିକେଟ୍ ନେଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ଚାରିଟି ୱିକେଟ୍ ନେଇଥିଲେ। ତାଙ୍କ ପାଖରେ ୭୨୯ ରେଟିଂ ପଏଣ୍ଟ ରହିଛି । ହାଜଲେଉଡ୍ ତାଙ୍କଠାରୁ ମାତ୍ର ଦୁଇ ପଏଣ୍ଟ ପଛରେ ଅଛନ୍ତି।

ଅନ୍ୟପକ୍ଷରେ ମହମ୍ମଦ ଶାମିଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି । ଶାମି ୧୧ ଟି ସ୍ଥାନ ଉପରକୁ ଉଠି ୩୨ତମ ସ୍ଥାନରେ ଅଛନ୍ତି ।

ଦିନିକିଆ ବ୍ୟାଟ୍ସମ୍ୟାନ ତାଲିକାରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଶୀର୍ଷରେ ରହିଛନ୍ତି। ଶ୍ରେଷ୍ଠ ୧୦ ମଧ୍ୟରେ ଭାରତର ତିନିଜଣ ଖେଳାଳି ଅଛନ୍ତି। ଶୁବମାନ ଗିଲ ୨୦ଟି ସ୍ଥାନ ଉନ୍ନୀତ ହୋଇ ଷଷ୍ଠ ସ୍ଥାନରେ ପହଞ୍ଚିଥିବା ବେଳେ ବିରାଟ କୋହଲି ସପ୍ତମ ଏବଂ ରୋହିତ ଶର୍ମା ଅଷ୍ଟମ ସ୍ଥାନରେ ଅଛନ୍ତି।

Comments are closed.