ସିସୋଦିଆଙ୍କ ଦାବି: ଆପ୍ ନେତାଙ୍କୁ ଆମନ୍ତ୍ରଣ ନ କରିବାକୁ ଟିଭି ଚ୍ୟାନେଲଙ୍କୁ ଧମକ ଦେଉଛି ବିଜେପି

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ଉପରେ ବିତର୍କ ଓ ଆଲୋଚନା ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କୁ ଆମନ୍ତ୍ରଣ ନ କରିବାକୁ ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକୁ ବିଜେପି ଚେତାବନୀ ଦେଇଛି ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି । ଯଦି ଆପ୍ ନେତା କିମ୍ବା ପ୍ରତିନିଧିଙ୍କୁ ଡକାଯାଏ, ତେବେ ଏହାର ପ୍ରତିନିଧୀଙ୍କୁ ପଠାଇବ ନାହିଁ ବୋଲି ବିଜେପି ଚ୍ୟାନେଲ ଗୁଡ଼ିକୁ ଧମକ ଦେଉଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଆକ୍ରମଣ କରି କହିଛନ୍ତି ଯେ କିଛି ଟିଭି ଚ୍ୟାନେଲକୁ ଏହିଭଳି ଧମକ ଦେଇ ବିଜେପି କିଛି ଠିକ୍ କରୁନାହିଁ।

ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, “କିଛି ଟିଭି ଚ୍ୟାନେଲର ଲୋକ କହିଛନ୍ତି ଯେ ବିଜେପି ସେମାନଙ୍କୁ ଧମକ ଦେଇଛି । ଯଦି ଗୁଜୁରାଟ ଉପରେ କୌଣସି ଆଲୋଚନାରେ ଆପ୍ ନେତାଙ୍କୁ ନିମନ୍ତ୍ରଣ କରାଯାଏ, ତେବେ ବିଜେପି ସେହି ଆଲୋଚନାରେ ଭାଗ ନେବ ନାହିଁ। ଟିଭି ଚ୍ୟାନେଲଗୁଡିକ ଏହାକୁ ବିରୋଧ କରିଥିଲେ ମଧ୍ୟ ବିଜେପି ଏଭଳି ସର୍ତ୍ତରେ ଅଟଳ ରହିଛି ।

ତେବେ ସିସୋଦିଆ ତାଙ୍କ ଦାବି ସପକ୍ଷରେ କୌଣସି ପ୍ରମାଣ ଦେଇନାହାଁନ୍ତି। ସେ ଟ୍ବିଟ୍ କରି କହିଛନ୍ତି, “ବିଜେପି ଲୋକଙ୍କ ଯଦି ସାହସ ଅଛି, ତେବେ ଆଗକୁ ଆସନ୍ତୁ | ସେମାନେ ତ ଆରମ୍ଭରୁ ହିଁ ଡରି ପଳାଉଛନ୍ତି ? ”

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧ ଏବଂ ୫ରେ ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ।

Comments are closed.