ହାଇକୋର୍ଟ ଦେଲେନି ଜାମିନ, ସୁପ୍ରିମକୋର୍ଟ ଯିବେ ସିସୋଦିଆ | News Room Odisha

ହାଇକୋର୍ଟ ଦେଲେନି ଜାମିନ, ସୁପ୍ରିମକୋର୍ଟ ଯିବେ ସିସୋଦିଆ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ସିସୋଦିଆ ତଳକୋର୍ଟ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଅବକାରୀ ଦୁର୍ନୀତିର ସିବିଆଇ ମାମଲାରେ ସିସୋଦିଆଙ୍କ ଜାମିନ ନାମଞ୍ଜୁର କରି ହାଇକୋର୍ଟ କହିଛନ୍ତି ଯେ ସିସୋଦିଆଙ୍କ ବିରୋଧରେ ଆସିଥିବା ଅଭିଯୋଗ ବେଶ୍ ଗମ୍ଭୀର । ତାଙ୍କୁ ଜାମିନ ପ୍ରଦାନ କରାଗଲେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ହାଇକୋର୍ଟରୁ ନିରାଶ ହେବା ପରେ ସିସୋଦିଆ ଏବେ ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବେ।