ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଆଉ ୧୪ ଦିନ ବଢ଼ିଲା | News Room Odisha

ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଆଉ ୧୪ ଦିନ ବଢ଼ିଲା

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପୁଣି ଝଟକା ଲାଗିଛି। ଏହି ମାମଲାରେ ସିବିଆଇ ତରଫରୁ ରୁଜୁ କେସରେ ସୋମବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି।

ମଦ ଦୁର୍ନୀତି ମାମଲାରେ ପୂର୍ବରୁ ସିସୋଦିଆ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ଅଛନ୍ତି। ଏଭଳି ସ୍ଥିତିରେ ସିସୋଦିଆଙ୍କ ଇଡି ରିମାଣ୍ଡ ଆଉ ନ ବଢ଼ିଲେ ମଧ୍ୟ ତାଙ୍କୁ ପୁଣି ତିହାରରେ ରହିବାକୁ ପଡିପାରେ।

ଉଲ୍ଲେଖଯୋଗ୍ୟ ଯେ, ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ୮ ଘଣ୍ଟାର ଜେରା ପରେ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ଏହା ପରେ ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ଯାଞ୍ଚ କରୁଥିବା ଇଡି ମଧ୍ୟ ସିସୋଡିଆଙ୍କୁ ମାର୍ଚ୍ଚ ୯ରେ ତିହାର ଜେଲରେ ଗିରଫ କରିଥିଲା।