ନେତୃତ୍ୱ ପ୍ରସଙ୍ଗରେ କଂଗ୍ରେସ ୱାର୍କିଂ କମିଟି ବୈଠକରେ ତମ୍ବିତୋଫାନ, ସୋନିଆ ରହିବେ ଅନ୍ତରୀଣ ସଭାପତି

ନୂଆଦିଲ୍ଲୀ : କଂଗ୍ରେସରେ ନେତୃତ୍ୱ ପରିବର୍ତନ ପ୍ରସଙ୍ଗ ନେଇ ଦଳର ୱାର୍କିଂ କମିଟି ବୈଠକରେ ତମ୍ବିତୋଫାନ ହୋଇଛି । ସୂତ୍ରରୁ ମିଳିଥିବା ଖବର ଅନୁସାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଆଉ କିଛି ମାସ ରହିବେ ସୋନିଆ ଗାନ୍ଧି । ସବ ର୍ସମ୍ମତ ଭାବେ ଏହି ନିଷ୍ପତି ହୋଇଥିବା ଜଣାପଡିଛି ।

ନେତୃତ୍ୱ ପରିବର୍ତନ ବିବାଦ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ବରିଷ୍ଠ ନେତା ଏ.କେ ଆଂଟୋନୀ ସୋନିଆ ଅନ୍ତରୀଣ ସଭାପତି ପଦରେ ରହିବା ସପକ୍ଷରେ ମତ ଦେଇଥିଲେ ।
ଏହାଛଡା ଦୁଇ ନେତା ଦଳରେ ଆମୂଳଚୁଳ ପରିବର୍ତନ ଦାବି କରି ସୋନିଆଙ୍କୁ ଚିଠି ଲେଖିଥିବା ନେତାଙ୍କୁ ସମାଲୋଚନା କରିଥିଲେ ।

ବୈଠକରେ ବରିଷ୍ଠ ନେତା ଗୁଲାମନବୀ ଆଜାଦ ଓ କପିଲ ସିବଲଙ୍କ ବିରୋଧରେ ରାହୁଲ ଗାନ୍ଧିଙ୍କ କଥିତ ବୟାନ ଚର୍ଚ୍ଚାର ବିଷୟ ହୋଇଥିଲା । ନେତୃତ୍ୱ ପରିବର୍ତନ ସହ ଦଳୀୟ ସଂଗଠନରେ ଆମୁଳଚୂଳ ପରିବର୍ତନ ପାଇଁ କଂଗ୍ରେସର ୨୩ ନେତା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଏହି ଚିଠିକୁ ନେଇ ରାହୁଲ ଗାନ୍ଧି କୁଆଡେ ଆପତି ଉଠାଇଥିବା ଜଣାପଡିଛି । ସିବଲ ଓ ଆଜାଦଙ୍କ ପରି ନେତା ବିଜେପି ସମର୍ଥନରେ ଅଛନ୍ତି ବୋଲି ରାହୁଲ କହିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଦୁଇ ନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏପରି କି ସିବଲ ରାହୁଲଙ୍କ ଅଭିଯୋଗ ପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଟ୍ୱିଟ୍ କରିଥିଲେ । କିନ୍ତୁ ପରେ ଟ୍ୱିଟ୍ ପ୍ରତ୍ୟାହାର କରିଥିଲେ ।

ସେପଟେ ଗୁଲାମନବୀ ଆଜାଦ କହିଛନ୍ତି ଯେ, ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି । ପୂବ ର୍ରୁ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧି ଦଳରେ ନୂଆ ସଭାପତି ନିବା ର୍ଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କହିଥିଲେ । କିନ୍ତୁ ମନମୋହନ ସିଂହ ଓ ଏ.କେ ଆଂଟୋନୀ ସୋନିଆଙ୍କୁ ସଭାପତି ପଦରେ ରହିବାକୁ ଅନୁରୋଧ କରିଥିଲେ ।

Comments are closed.