ସୋନୁ ସୁଦଙ୍କ ଅଫିସ୍ ରେ ଆୟକର ବିଭାଗର ସର୍ଭେ

ମୁମ୍ବାଇ: ଆୟକର ବିଭାଗ ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଚଢାଉ କରିଛି। ଖବର ଅନୁଯାୟୀ, ଆଇଟି ଟିମ୍ ସୋନୁଙ୍କ ମୁମ୍ବାଇ କାର୍ଯ୍ୟାଳୟରେ ଉପସ୍ଥିତ ଅଛନ୍ତି। ତାଙ୍କର ଏକ ସମ୍ପତ୍ତିର ଆକାଉଣ୍ଟ ବୁକ୍ ର ଅନିୟମିତତା ଅଭିଯୋଗ ଆସିବା ପରେ ଦଳ ଏହି ସମ୍ପତ୍ତି ଉପରେ ସର୍ଭେ କରୁଛି। ଆଇଟି ଦଳ ସୋନୁ ସୁଦ ଏବଂ ତାଙ୍କ କମ୍ପାନୀ ସହ ଜଡିତ ୬ଟି ସ୍ଥାନ ଉପରେ ସର୍ଭେ କରିଛନ୍ତି।

ସ୍କୁଲ୍ ମେଣ୍ଟରସିପ୍ ‌ ଯୋଜନା ପାଇଁ ଦିଲ୍ଲୀ ସରକାରଙ୍କ ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ ହେବାୟ କିଛି ଦିନ ପରେ ତାଙ୍କ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ ହୋଇଛି ।
କରୋନା କାଳରେ ସୋନୁ ସୁଦ୍ ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ଘରକୁ ପଠାଇବା ବ୍ୟବସ୍ଥା କରି ଚାରିଆଡ଼ୁ ପ୍ରଶଂସିତ ହୋଇଥିଲେ | ଏହା ପରେ ସେ କ୍ରମାଗତ ଭାବେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ପଞ୍ଜାବ ଏବଂ ଦିଲ୍ଲୀ ସରକାର ସମେତ ସୋନୁଙ୍କ ସହ କାମ କରିବାକୁ ଅନେକ ରାଜ୍ୟ ସରକାର ହାତ ମିଳାଇଛନ୍ତି। ଏହାଛଡା ସୋନୁ ଗୁଡୱାର୍କର୍ ଜବ୍ ଆପ୍, ସ୍କଲାରସିପ୍ ପ୍ରୋଗ୍ରାମ୍ ମଧ୍ୟ ଆରମ୍ଭ କରିଛନ୍ତି | ସେ ଦେଶର ୧୬ଟି ସହରରେ ଅମ୍ଳଜାନ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରିଛନ୍ତି ।

Comments are closed.