ଭାରତରେ ସ୍ପୁଟନିକ୍ ଲାଇଟ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ: ରୁଷ୍‌ର ସିଙ୍ଗଲ୍ ଡୋଜ୍ କରୋନା ଟିକା ସ୍ପୁଟନିକ୍ ଲାଇଟ୍‌କୁ ଭାରତରେ ଟ୍ରାଏଲ୍ ପାଇଁ ଅନୁମତି ମିଳିଛି । ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ ଏହି ରୁଷୀୟ ଟିକାକୁ ଟ୍ରାଏଲ୍ ପାଇଁ ସବୁଜ ସଙ୍କେତ ଦେଇଛନ୍ତି ।

ସ୍ପୁଟନିକ୍ ଲାଇଟ୍ ଏକ ସିଙ୍ଗଲ୍ ଡୋଜ୍ କରୋନା ଟିକା । ଭାରତରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ସବଜେକ୍ଟ ଏକ୍ସପର୍ଟ କମିଟି (ଏସ୍‌ଇସି) ସୁପାରିସ କରିଥିଲେ । ଜୁଲାଇରେ ଏସ୍‌ଇସି ପକ୍ଷରୁ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ମଧ୍ୟ ସୁପାରିସ୍ କରଯାଇଥିଲା । ତେବେ ବିନା ଟ୍ରାଏଲରେ ଏହି ଟିକାର ଜରୁରୀ ବ୍ୟବହାରକୁ ଡ୍ରଗ୍ସ ନିୟନ୍ତ୍ରକ ମନା କରିଥିଲେ ।

ଭାରତରେ ସ୍ପୁଟନିକ-ଭି’ର ଜରୁରୀ ବ୍ୟବହାର ପାଇଁ ମଞ୍ଜୁରି ମିଳିସାରିଛି । ଏହାର ସିଙ୍ଗଲ୍ ଡୋଜ୍ ଭର୍ସନ୍ ସ୍ପୁଟନିକ୍ ଲାଇଟ୍‌କୁ ମଧ୍ୟ ଟିକାକରଣ ଅଭିଯାନରେ ଖୁବ ଶୀଘ୍ର ସାମିଲ କରାଯିବା ସମ୍ଭାବନା ବଢ଼ିଛି । ସ୍ପୁଟନିକ୍ ଲାଇଟ୍ କରୋନା ସଂକ୍ରମଣ ରୋକିବାରେ ୭୮.୬ ରୁ ୮୩.୭ ପ୍ରତିଶତ ପ୍ରଭାବୀ ବୋଲି କୁହାଯାଇଛି ।

Comments are closed.