ଶୁଭମାନ ଗିଲଙ୍କ ଦ୍ବିଶତକ, ନ୍ୟୁଜିଲାଣ୍ଡକୁ ୩୫୦ ରନର ଟାର୍ଗେଟ | News Room Odisha

ଶୁଭମାନ ଗିଲଙ୍କ ଦ୍ବିଶତକ, ନ୍ୟୁଜିଲାଣ୍ଡକୁ ୩୫୦ ରନର ଟାର୍ଗେଟ

ହାଇଦ୍ରାବାଦ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମାନ ଗିଲ୍ ଚମତ୍କାର ପ୍ରଦର୍ଶନ ସହ ଦ୍ବିଶତକ ହାସଲ କରିଛନ୍ତି । ଗିଲ୍ ହ୍ୟାଟ୍ରିକ ଛକା ମାରି ଦ୍ବିଶତକ ପୂରଣ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ଓ୍ବିକେଟ୍ ହରାଇ ୩୪୯ ରନର ବିଶାଳ ସ୍କୋର୍ କରିଛି ।

ଓପନର୍ ଶୁଭମାନ ଗିଲ୍ ୧୪୫ ବଲରେ ନିଜର ଦ୍ୱିଶତକ ପୂରଣ କରିଥିଲେ। ସେ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଲକି ଫର୍ଗୁସନଙ୍କ ଓଭରରେ ହ୍ୟାଟ୍ରିକ ଛକା ମାରି ଏହି ମାଇଲଖୁଣ୍ଟରେ ପହଞ୍ଚିଥିଲେ । ଏହି ଯୁବ ବ୍ୟାଟ୍ସମ୍ୟାନ୍ ୧୪୯ ବଲରେ ୧୯ଟି ଚୌକା ଓ ୯ଟି ଚକା ସହ ୨୦୮ ରନ୍ କରିଥିଲେ । ଦିନିକିଆ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ଗିଲ୍ ହେଉଛନ୍ତି ଭାରତର ପଞ୍ଚମ ଓ ବିଶ୍ବର ଅଷ୍ଟମ ବ୍ୟାଟ୍ସମ୍ୟାନ୍। ଅନ୍ତର୍ଜାତୀୟ ଦିନିକିଆରେ ଗିଲଙ୍କ ଏହା ତୃତୀୟ ଶତକ ।

ଗିଲଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହେଓ୍ବାଗ୍, ରୋହିତ ଶର୍ମା (୩ ଥର), କ୍ରିସ୍ ଗେଲ୍ , ମାର୍ଟିନ ଗପ୍ଟିଲ, ଫଖର ଜମାନ୍ ଓ ଇଶାନ କିଶନ ଏହି ଫର୍ମାଟରେ ଦ୍ୱିଶତକ ହାସଲ କରିଛନ୍ତି। କିଶନ ଗତମାସରେ ବାଂଲାଦେଶ ବିପକ୍ଷରେ ଦ୍ରୁତତମ ଦ୍ବିଶତକ ହାସଲ କରିଥିଲେ ।

ଶୁଭମନଙ୍କ ବ୍ୟତୀତ ପ୍ରଥମ ଦିନିକିଆରେ ରୋହିତ ଶର୍ମା ୩୪ ରନ୍, ବିରାଟ କୋହଲି ୮, କିଶନ ୫, ସୂର୍ଯ୍ୟକୁମାର ଯାଦବ ୩୧, ହାର୍ଦ୍ଦିକ ପାଣ୍ଡ୍ୟା ୨୮, ୱାଶିଂଟନ ସୁନ୍ଦର ୧୨, ଶାର୍ଦ୍ଦୁଲ ଠାକୁର ୩ ରନ୍ କରିଥିଲେ।