ଭରସା ରଖି ଡିଜିପି ନିଯୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସୁନୀଲ କୁମାର ବଂଶଲ

ନୂଆଦିଲ୍ଲୀ – ରାଜ୍ୟର ନୂଆ ଡିଜିପି ଭାବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତି ପାଇଲା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁନୀଲ କୁମାର ବଂଶଲ । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବନିଯୁକ୍ତ ଡିଜିପି । ଗରିବ, ମହିଳା, ଶିଶୁଙ୍କ ସୁରକ୍ଷାକୁ ସେ ଅଗ୍ରାଧିକାର ଦେବେ ବୋଲି ବଂଶଲ କହିଛନ୍ତି । ରାଜ୍ୟରେ ଭଲ କାମ କରିବାକୁ ସେ ସର୍ବଦା ଚେଷ୍ଟା କରିବେ । ନିର୍ବାଚନ ସମୟରେ ସୁରକ୍ଷା ଚ୍ୟାଲେଂଜକୁ ସଫଳତାର ସହ ମୁକାବିଲା କରାଯିବ ବୋଲି ସୁନୀଲ ବଂଶଲ ଦୃଢତାର ସହ କହିଛନ୍ତି ।

Comments are closed.