ସମଲିଙ୍ଗୀ ବିବାହ ମାମଲାରେ ନିଜ ରାୟର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ରାଜି | News Room Odisha

ସମଲିଙ୍ଗୀ ବିବାହ ମାମଲାରେ ନିଜ ରାୟର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ରାଜି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାମଲାରେ ସୁପ୍ରିମକୋର୍ଟ ନିଜ ରାୟର ପୁନର୍ବିଚାର କରିବାକୁ ରାଜି ହୋଇଛନ୍ତି। ନଭେମ୍ବର ୨୮ରୁ ଏହି ମାମଲାର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି।

ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଉଦିତ ସୁଦ୍ ନାମକ ଜଣେ ଓକିଲ ରିଭ୍ୟୁ ପିଟିସନ ଦାୟର କରିଥିଲେ। ଉଦିତ ସୁଦ୍ ଆମେରିକାର ଏକ ଆଇନ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ତାଙ୍କ ଓକିଲ ମୁକୁଲ ରୋହତଗୀ ଏହି ମାମଲା ମୁକ୍ତ କୋର୍ଟରେ ଶୁଣାଣି କରିବାକୁ ଦାବି କରିଛନ୍ତି।

ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟର ଏକ ସମ୍ବିଧାନ ପୀଠ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ମନା କରିଦେଇଥିଲେ | ଏହି ରାୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨୦୧୮ର ଐତିହାସିକ ନିଷ୍ପତ୍ତିର ବିରୋଧାଭାସ ଥିଲା । ୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ଯୌନ ସମ୍ପର୍କ ଉପରେ ଥିବା ଆଇନଗତ ପ୍ରତିବନ୍ଧକ ହଟାଇଥିଲେ ।