ନ୍ୟୁଜକ୍ଲିକ୍ ମାମଲା: ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ | News Room Odisha

ନ୍ୟୁଜକ୍ଲିକ୍ ମାମଲା: ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ନ୍ୟୁଜକ୍ଲିକ୍ ପ୍ରତିଷ୍ଠାତା ଓ ସମ୍ପାଦକ ପ୍ରବୀର ପୁରକାୟସ୍ଥ ଏବଂ ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀଙ୍କ ଗିରଫଦାରୀ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ୍ ବିଆର୍ ଗଭାଇ ଏବଂ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରଙ୍କ ବେଞ୍ଚ ଏହି ମାମଲାରେ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛି।

ପ୍ରବୀର ଏବଂ ଅମିତ ସେମାନଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହାପୂର୍ବରୁ ଅକ୍ଟୋବର ୧୦ରେ ଦିଲ୍ଲୀ ହାଇକୋର୍ଟ ଉଭୟଙ୍କୁ ୧୦ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ, ଯାହାର‌ ଅବଧି ଅକ୍ଟୋବର ୨୦ରେ ଶେଷ ହେବ।

ପୁରକାୟସ୍ଥ ଏବଂ ଅମିତଙ୍କ ବିରୋଧରେ ଚୀନ୍ ସହ ଜଡ଼ିତ କମ୍ପାନୀ ଏବଂ ସଂଗଠନଗୁଡ଼ିକରୁ ଅର୍ଥ ନେଇ ଚୀନ ଏଜେଣ୍ଡା ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସ ଉଭୟଙ୍କୁ କଡ଼ା ଆତଙ୍କବାଦ ନିରୋଧୀ ଆଇନ (ୟୁଏପିଏ) ଅଧୀନରେ ଗିରଫ କରିଥିଲା। ପୁରକାୟସ୍ଥ ଏବଂ ଅମିତଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ।