‘ଦି କେରଳ ଷ୍ଟୋରି’କୁ ବ୍ୟାନ୍ ନେଇ ପଶ୍ଚିମବଙ୍ଗ, ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ବିବାଦୀୟ ଫିଲ୍ମ ‘ଦି କେରଳ ଷ୍ଟୋରି’ ଉପରେ ପଶ୍ଚିମବଙ୍ଗ ସରକାରଙ୍କ ନିଷେଧାଦେଶ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେତେବେଳେ ଏହି ଫିଲ୍ମ ସାରା ଦେଶରେ ସ୍କ୍ରିନିଂ ହେଉଛି ପଶ୍ଚିମବଙ୍ଗରେ କାହିଁକି ନ ହେବ ? ଫିଲ୍ମ ଭଲ କି ଖରାପ ତାହା ଲୋକଙ୍କୁ ସ୍ଥିର କରିବାକୁ ଦିଅ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ମମତା ସରକାରଙ୍କୁ କହିଛନ୍ତି । ଏଥି ସହିତ ସୁପ୍ରିମକୋର୍ଟ ଏହି ଫିଲ୍ମକୁ ବ୍ୟାନ୍ କରିବା ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ପଶ୍ଚିମବଙ୍ଗର ମମତା ସରକାର ‘ଦି କେରଳ ଷ୍ଟୋରି’ ଉପରେ କଟକଣା ଲଗାଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ଏହି ଫିଲ୍ମର ନିର୍ମାତା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

‘ଦି କେରଳ ଷ୍ଟୋରି’ର ସ୍କ୍ରିନିଂ ବନ୍ଦ ନେଇ ତାମିଲନାଡୁ ସରକାରଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ତାମିଲନାଡ଼ୁ ସରକାର ଏହି ଫିଲ୍ମକୁ ବ୍ୟାନ୍ କରିନଥିଲେ ମଧ୍ୟ ରାଜ୍ୟର ହଲ୍ ମାଲିକ ସଂଘ ଏପରି ନିଷ୍ପତ୍ତି ନେଇଥିଲେ ।

Comments are closed.