ଗୁଗୁଲକୁ ସୁପ୍ରିମକୋର୍ଟରୁ ଝଟକା, ପ୍ରତିଯୋଗିତା କମିଶନଙ୍କ ୧୩୩୮ କୋଟି ଜରିମାନା ଆଦେଶ ଉପରେ ଲାଗିବନି ରୋକ୍

ନୂଆଦିଲ୍ଲୀ: ଟେକ୍ ଜାଏଣ୍ଟ ଗୁଗୁଲକୁ ଗୁରୁବାର ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ଆଣ୍ଡ୍ରଏଡ୍ ମାମଲାରେ ପ୍ରତିଯୋଗିତା କମିଶନ (ସିସିଆଇ)ଙ୍କ ୧୩୩୮ କୋଟି ଟଙ୍କା ଜରିମାନା ଆଦେଶ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ସୁପ୍ରିମକୋର୍ଟ ଗୁଗୁଲକୁ ଏକ ସପ୍ତାହ ମଧ୍ୟରେ ଜରିମାନାର ୧୦ ପ୍ରତିଶତ ଜମା କରିବାକୁ କହିଛନ୍ତି। ଆଣ୍ଡ୍ରଏଡ୍ ଆପ୍ଲିକେସନ୍ ମାଧ୍ୟମରେ ପ୍ରତିଯୋଗିତା ବିରୋଧୀ ତଥା ଏକଚାଟିଆ ବ୍ୟବସାୟ ପାଇଁ ପ୍ରତିଯୋଗିତା କମିଶନ ଗୁଗୁଲ୍ ଉପରେ ୧୩୩୮ କୋଟି ଜରିମାନା ଲଗାଇଥିଲେ । କୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ଗୁଗୁଲର ଆବେଦନର ଫଇସଲା କରିବାକୁ କୋର୍ଟ ଏନସିଏଲଟିକୁ କହିଛନ୍ତି।

ସିସିଆଇ ବୁଧବାର (ଜାନୁଆରୀ ୧୯) ସୁପ୍ରିମକୋର୍ଟରେ ଯୁକ୍ତି କରିଥିଲେ ଯେ ଆଣ୍ଡ୍ରଏଡ୍ ମାମଲାରେ ଏକାଧିକ ବଜାରରେ ଟେକ୍ନୋଲୋଜି କମ୍ପାନୀ ଗୁଗୁଲର ଦବଦବା ରହିଥିବାରୁ ଏହା ନିଜ ସ୍ଥିତିର ଦୁରୁପଯୋଗ କରୁଛି । ଏହା ଦେଶର ସ୍ବାର୍ଥ ସହ ଜଡ଼ିତ ଏକ ମାମଲା ।

Comments are closed.