ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପ୍ରସଙ୍ଗରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ | News Room Odisha

ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପ୍ରସଙ୍ଗରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହକିକୁ ଭାରତର ଜାତୀୟ ଖେଳର ମାନ୍ୟତା ଦେବାକୁ ଦାବିକରି ଆଗତ ଏକ ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଆବେଦନକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ହକି ଆନୁଷ୍ଠାନିକ ଭାବେ ଏହି ମାନ୍ୟତା ପାଇନାହିଁ। ଜାତୀୟ ଖେଳର ମାନ୍ୟତା ପ୍ରଦାନ କରାଗଲେ ଦେଶରେ ହକିକୁ ପ୍ରୋତ୍ସାହନ ବୃଦ୍ଧି ପାଇବ | ଆବେଦନକାରୀ ଆଥଲେଟିକ୍ସ ପାଇଁ ମଧ୍ୟ ଅଧିକ ଆର୍ଥିକ ପ୍ରୋତ୍ସାହନ ଦାବି କରିଛନ୍ତିି ।

ଓକିଲ ବିଶାଲ ତିୱାରୀ ଏହି ଆବେଦନ କରିଥିଲେ ।ଆବେଦନକାରୀ କହିଥିଲେ ଯେ ଭାରତ ଏକଦା ହକିରେ ବିଶ୍ୱର ନମ୍ବର ଓ୍ବାନ୍ ଦଳ ଥିଲା। ଏବେ ୪୧ ବର୍ଷ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଛି | ଦେଶବାସୀଙ୍କ ଧାରଣା ରହିଛି ଯେ ହକି ହେଉଛି ଦେଶର ଜାତୀୟ ଖେଳ | କିନ୍ତୁ ଏକ ଆରଟିଆଇ ଆବେଦନର ଉତ୍ତରରେ ସରକାର ହକିକୁ ଏଭଳି ସରକାରୀ ମାନ୍ୟତା ଦିଆଯାଇ ନାହିଁ ବୋଲି କହିଛନ୍ତି। ହକିକୁ ଦେଶର ଜାତୀୟ କ୍ରୀଡା ଭାବେ ମାନ୍ୟତା ଦେବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଅନ୍ତୁ। ଏଭଳି ମାନ୍ୟତା ଭାରତକୁ ଏହି ଖେଳରେ ନିଜ ପୂର୍ବ ଗୌରବ ଫେରି ପାଇବାରେ ସହାୟକ ହେବ ।
ଆବେଦନକାରୀ ଆଥଲେଟିକ୍ସ ସମେତ ଅନ୍ୟ କ୍ରୀଡ଼ାରେ ଭାରତର ଦୁର୍ବଳ ପ୍ରଦର୍ଶନ ପ୍ରସଙ୍ଗ ଉଠାଇଥିଲେ। ଆବେଦନକାରୀ କହିଥିଲେ ଯେ ଅଲିମ୍ପିକ୍ସ ସମେତ ଅନ୍ୟ ଆନ୍ତର୍ଜାତୀୟ କ୍ରୀଡ଼ାରେ ୧୩୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତ ଭଳି ବିଶାଳ ଦେଶର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କ୍ରୀଡା ପାଇଁ ଅଧିକ ସମ୍ବଳ ଖର୍ଚ୍ଚ କରିବାକୁ ସରକାର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ଏପରି ନୀତି ପ୍ରସ୍ତୁତ କରାଯାଉ, ଯାହାଫଳରେ ଭାରତ ଅଧିକ ପଦକ ପାଇପାରିବ | ଖେଳାଳିମାନଙ୍କୁ ଅଧିକ ଆନ୍ତର୍ଜାତୀୟ ତାଲିମ ଦିଆଯିବା ଉଚିତ୍ |

ଆଜି ଜଷ୍ଟିସ୍ ୟୁ ୟୁ ଲଲିତ, ଏସ ରବିନ୍ଦ୍ର ଭଟ୍ଟ ଏବଂ ବେଲା ତ୍ରିବେଦୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ଆରମ୍ଭରେ ଜଷ୍ଟିସ ଲଲିତ ଆବେଦନକାରୀଙ୍କୁ ପଚାରିଥିଲେ ଯେ ସେ ନିଜେ ମଧ୍ୟ ଜଣେ ଖେଳାଳି କି? ଆବେଦନକାରୀ ସେ ଖେଳାଳି ନୁହଁନ୍ତି ବୋଲି କହିଥିଲେ । ଜିମରେ କାମ କରିବା ବ୍ୟତୀତ କ୍ରୀଡା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ |

ଆବେଦନକାରୀଙ୍କ ଏହି ଉତ୍ତରରେ କୋର୍ଟ କହିଥିଲେ, “ଆପଣଙ୍କର ଉଦ୍ଦେଶ୍ୟ ଭଲ। ଆମେ ମଧ୍ୟ ଏଥିରେ ସହମତ। କିନ୍ତୁ ଆମେ ଏହା ଉପରେ ଶୁଣାଣି କରିପାରିବୁ ନାହିଁ। ଏପରି ନିର୍ଦ୍ଦେଶ ଦେବା କୋର୍ଟର କାମ ନୁହେଁ। ଆପଣ ସରକାରଙ୍କ ନିକଟରେ ଏହି ଦାବି କରିବା ଉଚିତ୍। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପରାମର୍ଶ ପରେ ଆବେଦନକାରୀ ନିଜ ପିଟିସନ ପ୍ରତ୍ୟାହାର କରିନେଇଥିଲେ।

Hockey Indiasupreme court