ହେମନ୍ତ ସୋରେନଙ୍କୁ ଝଟକା, ଇଡି ସମନ୍ ବିରୋଧରେ ଆବେଦନ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବେଆଇନ ଖଣି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନକୁ ଚ୍ୟାଲେଞ୍ଜ କରିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା ଲାଗିଛି । ସୁପ୍ରିମକୋର୍ଟ ତାଙ୍କ ଆବେଦନର ଶୁଣାଣି କରିବାକୁ ମନା କରିଦେଇଛନ୍ତି ।

ସୋମବାର ଦେଶର ସର୍ବୋଚ୍ଚ ନ୍ୟାୟାଳୟ ହେମନ୍ତ ସୋରେନଙ୍କ ଓକିଲ ମୁକୁଲ ରୋହତଗିଙ୍କୁ ଏଥିପାଇଁ ପ୍ରଥମେ ରାଞ୍ଚି ହାଇକୋର୍ଟ ଯିବାକୁ କହିଛନ୍ତି।

ଜଷ୍ଟିସ ଅନିରୁଦ୍ଧ ବୋଷ ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ସୋରେନଙ୍କ ଓକିଲଙ୍କୁ ପଚାରିଥିଲେ ଯେ ଆପଣ ହାଇକୋର୍ଟକୁ କାହିଁକି ଯାଉନାହାଁନ୍ତି? ଆମେ ଏଠାରେ ଏହି ଆବେଦନ ଶୁଣିପାରିବୁ ନାହିଁ । ଆପଣ ହାଇକୋର୍ଟକୁ ଯାଆନ୍ତୁ |

ତେବେ ମୁକୁଲ ରୋହତଗି କୋର୍ଟଙ୍କୁ କହିଥିଲେ ଯେ ତାଙ୍କ ମହକିଲଙ୍କ ବିରୋଧରେ ଇଡି ପ୍ରତିଶୋଧ ପରାୟଣ ପୂର୍ବକ ଆକ୍ସନ ନେଉଛି । ତାଙ୍କର ଏହି ଆରୋପ ସାବ୍ୟସ୍ତ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ଅଛି ବୋଲି ସେ କହିଛନ୍ତି।

Comments are closed.