ଗେଟ୍ ପରୀକ୍ଷା ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ‘ଗ୍ରାଜୁଏଟ୍ ଆପଟିଚ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ୍) ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ପରୀକ୍ଷା ନିର୍ଦ୍ଧାରିତ ସମୟରେ ଫେବୃଆରୀ ୫ରେ ହେବ | କରୋନାର ତୃତୀୟ ଲହର ଯୋଗୁଁ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ସୁପ୍ରିମକୋର୍ଟ କହିଛନ୍ତି ଯେ ପରୀକ୍ଷାର ୪୮ ଘଣ୍ଟା ପୂର୍ବରୁ ଏହାକୁ ସ୍ଥଗିତ ରଖାଗଲେ ଦ୍ୱନ୍ଦ୍ୱ ଓ ସମସ୍ୟା ସୃଷ୍ଟି ହେବ।

ଆବେଦନକାରୀଙ୍କ ଓକିଲ ପଲ୍ଲବ ମୋଙ୍ଗିଆ ଯୁକ୍ତି କରିଥିଲେ ଯେ, ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ ଗେଟ୍ ପରୀକ୍ଷା ଦେବେ । ଶନିବାର ଠାରୁ ୨୦୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ, କିନ୍ତୁ ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ପକ୍ଷରୁ କରୋନା ଗାଇଡଲାଇନ୍ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ପରୀକ୍ଷା ସ୍ଥଗିତ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ।

ଗେଟ୍-୨୦୨୨ ପରୀକ୍ଷା ଫେବୃଆରୀ ୫, ୬, ୧୨ ଏବଂ ୧୩ରେ କରାଯିବା କାର୍ଯ୍ୟକ୍ରମ ରହିଛି | ଚଳିତ ବର୍ଷ ଭାରତୀୟ ଟେକ୍ନୋଲୋଜି (ଆଇଆଇଟି) ଖଡ଼ଗପୁର ଦ୍ୱାରା ଗେଟ୍ ପରୀକ୍ଷା ଚାଲିଛି | ଛାତ୍ରଛାତ୍ରୀ ମାନେ ଦୀର୍ଘ ସମୟ ଧରି ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଦାବି କରିଆସୁଥିଲେ। ପରୀକ୍ଷା ଅଫଲାଇନ୍ ମୋଡ୍ ରେ କରାଯିବ | ପ୍ରାୟ ୨୩ ହଜାର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନପତ୍ରରେ ଦସ୍ତଖତ କରିଛନ୍ତି।

Comments are closed.