ନୋଟବନ୍ଦୀ ମାମଲାରେ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରଙ୍କ ୨୦୧୬ ନଭେମ୍ବରର ନୋଟବନ୍ଦୀ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠରେ ଶୁଣାଣି ଶେଷ ହୋଇଛି । ଜଷ୍ଟିସ୍ ଏସ୍ ନାଜିରଙ୍କ ନେତୃତ୍ୱରେ ଗଠିତ ସମ୍ବିଧାନ ପୀଠ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲା ସହ ଜଡିତ ସମସ୍ତ ଦସ୍ତାବିଜ ଏବଂ ରେକର୍ଡ ଦାଖଲ କରିବାକୁ କୋର୍ଟ ରିଜର୍ଭ ବ୍ୟାଙ୍କ ଏବଂ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ସବୁ ପକ୍ଷ କୋର୍ଟରେ ତିନି ଦିନ ମଧ୍ୟରେ ଅର୍ଥାତ୍ ଡିସେମ୍ବର ୧୦ ସୁଦ୍ଧା ଲିଖିତ ଯୁକ୍ତି ଦାଖଲ କରିପାରିବେ | ବିବେକ ନାରାୟଣ ଶର୍ମାଙ୍କ ପ୍ରଥମ ଆବେଦନ ସମେତ ନୋଟବନ୍ଦୀ ବିରୋଧରେ ମୋଟ ୫୯ଟି ଆବେଦନ ହୋଇଥିଲା ।

ଜଷ୍ଟିସ ସୟଦ ଅବଦୁଲ ନାଜିର, ଜଷ୍ଟିସ ଭୂଷଣ ଆର ଗା
ଗଭାଇ, ଜଷ୍ଟିସ ଏସ ବୋପାନ୍ନା, ଜଷ୍ଟିସ ଭି ରାମାସୁବ୍ରମଣ୍ୟନ ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି ଯେ ୨୦୧୬ର ନୋଟବନ୍ଦୀ ସାମ୍ବିଧାନିକ ବୈଧତା ଦୃଷ୍ଟିରୁ ଠିକ୍ ଥିଲା କି ନାହିଁ ଆମେ ସେନେଇ ସନ୍ତୁଷ୍ଟ ହେବାକୁ ଚାହୁଁଛୁ । ଆଟର୍ଣ୍ଣି ଜେନେରାଲ କହିଥିଲେ, ଯଦିଓ ଅଧିକାଂଶ ତଥ୍ୟ ସରକାରଙ୍କ ସତ୍ୟପାଠରେ ଉଲ୍ଲେଖ ରହିଛି, ତଥାପି ସେମାନେ ସମସ୍ତ ରେକର୍ଡକୁ ବନ୍ଦ ଲଫାଫାରେ କୋର୍ଟକୁ ହସ୍ତାନ୍ତର କରିବେ | କାରଣ ୨୦୧୬ରେ ଲାଗୁ ହୋଇଥିବା ସହ ନୋଟବନ୍ଦୀ ବା ବିମୁଦ୍ରୀକରଣ ୧୯୪୬ ଏବଂ ୧୯୭୮ରେ ବିମୁଦ୍ରୀକରଣ ଯୋଜନାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା | ଏହି ନିଷ୍ପତ୍ତି ଦୁଇ ପର୍ଯ୍ୟାୟ ପ୍ରକ୍ରିୟା ଶେଷ ହେବା ପରେ କାର୍ଯ୍ୟକାରୀ ହୁଏ |

Comments are closed.