ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର ଯାଦବ ଅଧିନାୟକ

ନୂଆଦିଲ୍ଲୀ: ବିଶ୍ୱକପ ଶେଷ ହେବା ପରେ ନଭେମ୍ବର ୨୩ (ଗୁରୁବାର)ରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।

ଏହି ସିରିଜ୍ ପାଇଁ ସୂର୍ଯ୍ୟ କୁମାର ଯାଦବଙ୍କୁ ଦଳର ଅଧିନାୟକ ଏବଂ ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ଋତୁରାଜ ଗାଏକୱାଡଙ୍କୁ ଉପଅଧିନାୟକ କରାଯାଇଛି।

ବିସିସିଆଇ ସମ୍ପାଦକ ଜୟ ଶାହ ଜାରି କରିଥିବା ଏକ ବିବୃତ୍ତିରେ କୁହାଯାଇଛି, ଶେଷ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ଫେରିବା ପରେ ଶ୍ରେୟସ ଆୟର ଦଳର ଉପଅଧିନାୟକ ହେବେ।

ସଦ୍ୟ ସମାପ୍ତ ଦିନିକିଆ ବିଶ୍ୱକପରେ ଖେଳିଥିବା ଅଧିକାଂଶ ଖେଳାଳିଙ୍କୁ ଏହି ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି |

ଏହି ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୩ରେ ବିଶାଖାପାଟନମ୍, ନଭେମ୍ବର ୨୬ରେ ଥିରୁଭନନ୍ତପୁରମରେ ଦ୍ୱିତୀୟ ମ୍ୟାଚ୍, ନଭେମ୍ବର ୨୮ରେ ଗୁଆହାଟୀରେ ତୃତୀୟ ମ୍ୟାଚ୍, ଡିସେମ୍ବର ୧ରେ ରାୟପୁରରେ ଚତୁର୍ଥ ଏବଂ ଡିସେମ୍ବର ୩ରେ ବେଙ୍ଗାଲୁରୁରେ ପଞ୍ଚମ ମ୍ୟାଚ୍ ଖେଳାଯିବ |

ଭାରତୀୟ ଦଳ:

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଋତୁରାଜ ଗାଏକୱାଡ (ଉପଅଧିନାୟକ), ଇଶାନ କିଶନ, ଯଶସ୍ୱୀ ଜୈସୱାଲ, ତିଳକ ବର୍ମା, ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ଶିବମ୍ ଦୁବେ, ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ଅବେଶ ଖାନ ଓ ମୁକେଶ କୁମାର।

Comments are closed.