ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଟି-୨୦ ସିରିଜରେ ସୂର୍ଯ୍ୟ ଓ ଦିନିକିଆରେ ରାହୁଲ ଅଧିନାୟକ

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ସମ୍ପ୍ରତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେଉଥିବା ସୂର୍ଯ୍ୟକୁମାର ଯାଦବ ଡିସେମ୍ବର ୧୦ରୁ ଡର୍ବାନରେ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବି ଏହି ଦାୟିତ୍ଵ ତୁଲାଇବେ। ଏହି ଗସ୍ତର ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ କେଏଲ୍ ରାହୁଲ ହେବେ ଟିମ୍ ଇଣ୍ଡିଆ କ୍ୟାପଟେନ୍।

ଡିସେମ୍ବର ୨୬ରୁ ସେଞ୍ଚୁରିଅନରେ ଆରମ୍ଭ ହେଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଜସପ୍ରୀତ ବୁମରାଙ୍କୁ ଭାରତୀୟ ଦଳର ଉପଅଧିନାୟକ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି‌ ଚୟନ କମିଟି । ରୋହିତ ଶର୍ମା ଟେଷ୍ଟ ସିରିଜରେ ନେତୃତ୍ଵ ନେବେ । ରାହୁଲ ଟେଷ୍ଟ ସିରିଜରେ ୱିକେଟ୍ କିପର ଦାୟିତ୍ୱ ତୁଲାଇବେ।

ରୋହିତ ଓ ବିରାଟ କୋହଲି ଏହି ଗସ୍ତର ସୀମିତ ଓଭର ସିରିଜରୁ ବିଶ୍ରାମ ଦେବାକୁ ବିସିସିଆଇକୁ ଅନୁରୋଧ କରିଛନ୍ତି ।

ବି.ସାଇ ସୁଦର୍ଶନ ଏବଂ ରିଙ୍କୁ ସିଂ ପ୍ରଥମ ଥର ପାଇଁ ଭାରତୀୟ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଦିନିକିଆ ଦଳକୁ ସଞ୍ଜୁ ସାମସନ୍, ୟୁଜବେନ୍ଦ୍ର ଚହଲ ଓ ଦୀପକ ଚହରଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ଏହି ତିନି ଖେଳାଳି ଟି-୨୦ ଦଳରେ ବି ସ୍ଥାନ ପାଇଛନ୍ତି ।

ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଉପସ୍ଥିତିରେ ଗୁରୁବାର ଚୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ଡିସେମ୍ବର ୧୦ ରୁ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ୧୭ରୁ ଜୋହାନ୍ସବର୍ଗରେ ତିନି ଟିକିଆ ଦିନିକିଆ ସିରିଜ୍ ଖେଳାଯିବ। ଏହାପରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ।

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ:

ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁଭମାନ ଗିଲ୍, ଋତୁରାଜ ଗାଏକୱାଡ, ତିଳକ ବର୍ମା, ରିଙ୍କୁ ସିଂ, ଶ୍ରେୟାସ ଆୟର, ଇଶାନ କିଶନ (ୱିକେଟ୍ କିପର), ଜିତେଶ ଶର୍ମା (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ, ମୁକେଶ କୁମାର ଏବଂ ଦୀପକ ଚହର।

ଦିନିକିଆ ଦଳ: କେ.ଏଲ୍ ରାହୁଲ (ଅଧିନାୟକ), ଋତୁରାଜ ଗାଏକୱାଡ, ସାଇ ସୁଦର୍ଶନ, ତିଳକ ବର୍ମା, ରଜତ ପାଟିଦାର, ରିଙ୍କୁ ସିଂ, ଶ୍ରେୟସ୍ ଆୟର, ସଞ୍ଜୁ ସାମସନ୍ (ୱିକେଟ୍ କିପର), ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ମୁକେଶ କୁମାର , ଅର୍ଶଦୀପ ସିଂ, ଦୀପକ ଚହର |

ଟେଷ୍ଟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ଋତୁରାଜ ଗାଏକୱାଡ, ଇଶାନ କିଶନ (ୱିକେଟ୍ କିପର), କେ.ଏଲ୍ ରାହୁଲ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଶାର୍ଦୁଲ ଠାକୁର, ମହମ୍ମଦ ସାମି , ମହମ୍ମଦ ସିରାଜ୍, ଜସପ୍ରୀତ ବୁମରା (ଉପଅଧିନାୟକ) ଏବଂ ପ୍ରସିଦ୍ଧ କ୍ରିଷ୍ଣା।

Comments are closed.