ଅନ୍ତର୍ଜାତୀୟ ବିମାନ ସେବା କଟକଣା ଫେବୃଆରୀ ୨୮ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରୁ ଅନ୍ତର୍ଜାତୀୟ ବିମାନ ସେବା କଟକଣା ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦ୍ବାରା ଜାରି ସର୍କୁଲାରରେ ଏହା କୁହାଯାଇଛି। ତେବେ ଏୟାର ବବଲ୍ ବ୍ୟବସ୍ଥା ସହ ଚଳାଚଳ କରୁଥିବା ଯାତ୍ରୀ ବିମାନ ଓ ମାଲ ପରିବହନ ସେବା ଉପରେ କୌଣସି କଟକଣା ଲାଗିବ ନାହିଁ ।

Comments are closed.