ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଧରମ ସିଂ ସାଇନି ସମାଜବାଦୀ ପାର୍ଟିରେ ସାମିଲ

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ସରକାର ଛାଡ଼ିଥିବା ଦୁଇ ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ ଧରମ ସିଂ ସାଇନି ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି। ଏହି ଦୁଇ ନେତା ଦଳରେ ସାମିଲ ହୋଇଛନ୍ତି ବୋଲି ସମାଜବାଦୀ ପାର୍ଟି ଏକ ଭର୍ଚୁଆଲ୍ ରାଲିରେ ଘୋଷଣା କରିଛି।

ଏହି ଦୁଇ ନେତାଙ୍କ ବ୍ୟତୀତ ଭଗବତୀ ସାଗର ଏବଂ ବିନୟ ଶାକ୍ୟ ମଧ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସମାଜବାଦୀ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଏହି ରାଲି ପୂର୍ବରୁ ଧରମ ସିଂ ସାଇନି କହିଥିଲେ, “ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜନୈତିକ, ଅର୍ଥନୈତିକ, ରୋଜଗାର ଏବଂ ସଂରକ୍ଷଣ କ୍ଷେତ୍ରରେ ଦଳିତମାନେ ସମ୍ପୂର୍ଣ୍ଣ ଶୋଷିତ ଓ ଅବହେଳିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ ମକର ସଂକ୍ରାନ୍ତି ଅବସରରେ ପଛୁଆ, ଅବହେଳିତ ଶ୍ରେଣୀର ଲୋକ ସମାଜବାଦୀ ପାର୍ଟିରେ ଯୋଗଦେବାକୁ ଯାଉଛୁ।

ଅନ୍ୟପକ୍ଷରେ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, “ଆଜି ବିଜେପି ପତନର ଶଙ୍ଖନାଦ ବାଜିଛି। ବିଜେପି ଦେଶ ତଥା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଛି ଏବଂ ଲୋକଙ୍କୁ ଶୋଷଣ କରିଛି। ଉତ୍ତରପ୍ରଦେଶକୁ ବିଜେପିର ଶୋଷଣରୁ ମୁକ୍ତ କରିବା ସମୟ ଆସିଛି । “

Comments are closed.