ତାଲିବାନ ସରକାରର ନୂଆ ନିୟମ, ବିରୋଧ ପ୍ରଦର୍ଶନ ପାଇଁ ନେବାକୁ ପଡ଼ିବ ଅନୁମତି

କାବୁଲ: ଆଫଗାନିସ୍ତାନରେ ନୂଆ ତାଲିବାନ ସରକାରର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ଅନେକ ଦିନ ଧରି ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ଉପରେ କଟକଣା ଲଗାଇବାକୁ ନୂଆ ନିୟମ ଜାରି କରିଛି। ଏଣିକି କୌଣସି ପ୍ରକାରର ପ୍ରଦର୍ଶନ କରିବାକୁ ହେଲେ ଅନୁମତି ନେବାକୁ ପଡ଼ିବ । ଏହି ନୂଆ ନିର୍ଦେଶନାମା ଅନୁଯାୟୀ, ପ୍ରଦର୍ଶନରେ ସ୍ଲୋଗାନ ଏବଂ ବ୍ୟାନର ବ୍ୟବହାର ପାଇଁ ମଧ୍ୟ ବିକ୍ଷୋଭକାରୀଙ୍କୁ ଆଗୁଆ ଅନୁମତି ନେବାକୁ ହେବ ।

ଦେଶର ମୌଳବାଦୀ ଇସଲାମିକ ଶାସକମାନଙ୍କ ଠାରୁ ସେମାନଙ୍କର ଅଧିକାର ଦାବି କରି ପ୍ରାୟ ପ୍ରତିଦିନ ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ମହିଳାଙ୍କ ପ୍ରତିବାଦ ଓ ବିକ୍ଷୋଭ ଦେଖିବାକୁ ମିଳୁଛି । ହେଲେ ନୂଆ ତାଲିବାନ ସରକାରର ନିୟମ ଲାଗୁ ହେବା ପରେ ଏବେ ଦେଶରେ ବିରୋଧ ପ୍ରଦର୍ଶନ ପାଇଁ ଅନୁମତି ଦିଆଯିବାର ସମ୍ଭାବନା ନାହିଁ।

Comments are closed.