ତପନ କୁମାର ଡେକା ଆଇବିର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତପନ କୁମାର ଡେକାଙ୍କୁ ଆଇବି ର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି। ତପନ କୁମାର ଡେକା ୧୯୮୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏବଂ ହିମାଚଳ ପ୍ରଦେଶର କ୍ୟାଡରର ଅଟନ୍ତି | ସେ ଜୁନ୍ ୩୦ ରୁ ଦାୟିତ୍ବ ଗ୍ରହଣ କରିବେ | ସେ ଏହି ପଦବୀରେ ଦୁଇ ବର୍ଷ ରହିବେ।

ଏହା ସହିତ କ୍ୟାବିନେଟର ନିଯୁକ୍ତି କମିଟି ର’ ସଚିବ ସାମନ୍ତ କୁମାର ଗୋଏଲଙ୍କ କାର୍ଯ୍ୟକାଳକୁ ଆଉ ଏକ ବର୍ଷ ବଢ଼ାଇ ଦେଇଛନ୍ତି। ୧୯୮୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ସାମନ୍ତ କୁମାର ଗୋଏଲ ପଞ୍ଜାବ କ୍ୟାଡରର ଅଟନ୍ତି | ସେ ଆସନ୍ତା ବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ ର’ ର ସଚିବ ଭାବରେ କାର୍ଯ୍ୟ କରିବେ।

Comments are closed.