ଦିଲ୍ଲୀ ପ୍ରଦୂଷଣ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଟାସ୍କ ଫୋର୍ସ ଗଠିତ, ହସ୍ପିଟାଲରେ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ଅନୁମତି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ କେନ୍ଦ୍ର ସରକାର କହିଛନ୍ତି ଯେ ବିଷାକ୍ତ ବାୟୁକୁ ରୋକିବା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ସୁପ୍ରିମକୋର୍ଟରେ ଦେଇଥିବା ସତ୍ୟପାଠରେ ସରକାର କହିଛନ୍ତି ଯେ ୧୭ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ମଧ୍ୟ ଗଠନ କରାଯାଇଛି। ଆସନ୍ତାକାଲି ସୁଦ୍ଧା ଫ୍ଲାଇଙ୍ଗ ସ୍କ୍ବାଡର ସଂଖ୍ୟା ୪୦ କୁ ବୃଦ୍ଧି ପାଇବ |

ସୂଚନାଯୋଗ୍ୟ ଯେ ଗୁରୁବାର ଦିନ ପ୍ରଦୂଷଣ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଚେତାବନୀ ଦେଇ କହିଥିଲେ ଯେ, ଯଦି ସରକାର କିଛି ନକରନ୍ତି ତେବେ ଆମକୁ ନିର୍ଦ୍ଦେଶ ଦେବାକୁ ପଡିବ।

ଅନ୍ୟପକ୍ଷରେ ହସ୍ପିଟାଲ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ଅନୁମତି ଦେଇଛନ୍ତି। ପ୍ରଦୂଷଣ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ରେ ହେବ। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ସମ୍ପର୍କରେ ଦିଲ୍ଲୀ ସରକାର ସହରର ହସ୍ପିଟାଲ ଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ।

Comments are closed.