ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍, ସ୍ପାଇସ୍ ଜେଟ୍ ସହ ଦୌଡ଼ରେ ଅନେକ କମ୍ପାନୀ

ନୂଆଦିଲ୍ଲୀ: ଋଣଗ୍ରସ୍ତ ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍ ଓ ସ୍ପାଇସ୍ ଜେଟ୍ ସହ ଅନେକ ନାମୀ କମ୍ପାନୀ ବିଡ୍ କରିଥିବା ଜଣାପଡିଛି ।

ଟାଟା ସନ୍ସ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ କମ୍ପାନୀ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର କରିଛି।

କେନ୍ଦ୍ର ସରକାର ବିନିବେଶ ବିଭାଗର ସଚିବ ତୁହିନ୍ କାନ୍ତ ପାଣ୍ଡେ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ଏୟାର ଇଣ୍ଡିଆର ବିନିବେଶ ପାଇଁ ଆର୍ଥିକ ବିଡ୍ ଗ୍ରହଣ କରାଯାଇଛି। ବର୍ତ୍ତମାନ ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି।”

ସରକାର ଏୟାର ଇଣ୍ଡିଆରେ ନିଜର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି।

ଜାନୁଆରୀ ୨୦୨୦ରୁ ଆରମ୍ଭ ହୋଇଥିବା ଅଂଶଧନ ବିକ୍ରୟ ପ୍ରକ୍ରିୟା କରୋନା ମହାମାରୀ କାରଣରୁ ବିଳମ୍ବ ହୋଇଛି | ଏପ୍ରିଲ୍ ୨୦୨୧ରେ ସରକାର ସମ୍ଭାବ୍ୟ ବିଡରମାନଙ୍କୁ ଆର୍ଥିକ ବିଡ୍ କରିବାକୁ କହିଥିଲେ।

ଆର୍ଥିକ ଟେଣ୍ଡର ପାଇଁ ବୁଧବାର (୧୫ ସେପ୍ଟେମ୍ବର) ଶେଷ ଦିନ ଥିଲା । ଟାଟା ଗ୍ରୁପ୍ ହେଉଛି ଅନେକ କମ୍ପାନୀ ମଧ୍ୟରୁ ଗୋଟିଏ ଯାହା ଡିସେମ୍ବର ୨୦୨୦ରେ ଏୟାର ଇଣ୍ଡିଆ କ୍ରୟରେ ଆଗ୍ରହର ଅଭିବ୍ୟକ୍ତି (ଏକ୍ସପ୍ରସନ ଅଫ୍ ଇଣ୍ଟରେଷ୍ଟ) ଦାଖଲ କରିଥିଲା ​​|

Comments are closed.