ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ

ମୁମ୍ବାଇ: ଅକ୍ଟୋବର ୧୭ରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ବିସିସିଆଇ ବୁଧବାର ଟ୍ୱିଟ୍ କରି ପ୍ରଶଂସକଙ୍କ ସହ ଦଳର ନୂଆ ଜର୍ସି ସେୟାର କରିଛି। ବିସିସିଆଇ ଟ୍ୱିଟ୍‌ରେ ଲେଖିଛି, ଉପସ୍ଥାପନ କରୁଛୁ ବିଲିୟନ ଚିଅର୍ସ ଜର୍ସି।’

ବୁଧବାର ଟିମ୍ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ ହେବ ବୋଲି ବିସିସିଆଇ ପୂର୍ବରୁ ସୂଚନା ଦେଇଥିଲା। ଟିମ୍ ଇଣ୍ଡିଆର ନୂଆ ଜର୍ସି ପୁରୁଣା ଜର୍ସିଠାରୁ ଟିକିଏ ଅଲଗା | ବର୍ତ୍ତମାନ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପିନ୍ଧିଥିବା ଜର୍ସି ଗାଢ ନୀଳ ରଙ୍ଗର ଥିଲା। ଏହି ଜର୍ସି ମଧ୍ୟ ସମାନ ରଙ୍ଗର କିନ୍ତୁ ଏହାର ଡିଜାଇନ୍ ଅଲଗା | ଏହାର ମଝିରେ ହାଲୁକା ନୀଳ ରଙ୍ଗର ଷ୍ଟ୍ରାଇପ୍ ମଧ୍ୟ ଦିଆଯାଇଛି | ପୂର୍ବ ଜର୍ସିରେ କାନ୍ଧରେ ଏକ ତ୍ରିରଙ୍ଗା ଥିଲା, କିନ୍ତୁ ଏହି ଜର୍ସିର କାନ୍ଧରେ କୌଣସି ଡିଜାଇନ୍ ନାହିଁ |

Comments are closed.