ଆମେରିକା: ପାକିସ୍ତାନୀ ବୈଜ୍ଞାନିକଙ୍କୁ ଛାଡ଼ିବା ଦାବିରେ ଚାରି ଲୋକଙ୍କୁ ବନ୍ଧକ ରଖିଥିବା ଦୃର୍ବୃତ୍ତ ନିହତ; ସବୁ ବନ୍ଧକ ସୁରକ୍ଷିତ ଉଦ୍ଧାର

ଓ୍ୱାଶିଂଟନ: ଆମେରିକାର ଟେକ୍ସାସରେ ଇହୁଦୀମାନଙ୍କ ଉପାସନା ସ୍ଥଳରେ ଚରିଜଣ ଲୋକଙ୍କୁ ବନ୍ଧକ ରଖିଥିବା ଜଣେ ବ୍ୟକ୍ତି ପୋଲିସ ଗୁଳିରେ ନିହତ ହୋଇଛି। ଟେକ୍ସାସ୍ ଗଭର୍ଣ୍ଣର ଗ୍ରେଗ ଆବଟ୍ଟ କହିଛନ୍ତି ଯେ ବନ୍ଧକ ରଖାଯାଇଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ଗତକାଲି ଉକ୍ତ ବ୍ୟକ୍ତି ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ବନ୍ଧକ ରଖିଥିଲା ଏବଂ ଘଟଣାର ‘ଲାଇଭଷ୍ଟ୍ରିମିଂ’ ମଧ୍ୟ କରିଥିଲା। ବ୍ୟକ୍ତି ଜଣକ ପାକିସ୍ତାନର ଜଣେ ବୈଜ୍ଞାନିକ ଆଫିଆ ସିଦ୍ଦିକିଙ୍କୁ ମୁକ୍ତ କରିବା ପାଇଁ ଦାବି କରୁଥିଲା। ଆଫଗାନିସ୍ତାନରେ ଆମେରିକାର ସେନା ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଆଫିଆ ଦୋଷୀ ସାବ୍ୟସ୍ତ ହୋଇ ଟେକ୍ସାସର ଏକ ଜେଲରେ ସଜା କାଟୁଛନ୍ତି । ତାଙ୍କୁ ୮୬ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି ।

କିଛି ରିପୋର୍ଟରେ କୁହାଯାଇଛି ଯେ ଏହି ଆକ୍ରମଣ ଆଫିଆ ସିଦ୍ଦିକିଙ୍କ ଭାଇ ମହମ୍ମଦ ସିଦ୍ଦିକିଙ୍କ ଦ୍ୱାରା କରାଯାଇଛି। ତେବେ ମହମ୍ମଦ ସିଦ୍ଦିକି ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ନିହତ ବ୍ୟକ୍ତିର ପରିଚୟ ପ୍ରକାଶ କରାଯାଇ ନାହିଁ ।

Comments are closed.