ପରୀ ହତ୍ୟା ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା, କହିଲେ ତଦନ୍ତ ନେଇ ଏସଆଇଟି ବିରୋଧରେ ମିଥ୍ୟା ଅଭିଯୋଗ କରାଯାଉଛି

ନୟାଗଡ- ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଉପରେ ଉଠୁଥିବା ପ୍ରଶ୍ନ ଉପରେ ଜବାବ ରଖିଛନ୍ତି ଡିିଜିପି ଅଭୟ । ସେ କହିଛନ୍ତି ଯେ,ଏସଆଇଟି ବିରୋଧରେ ମିଥ୍ୟା ଅଭିଯୋଗ ଲଗାଯାଉଛି । ଏସଆଇଟି ଟିମ୍ ପ୍ରମାଣ ସଂଗ୍ରହ ପାଇଁ ଉଦ୍ୟମ କରୁଛି । ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି ବୋଲି ଡିଜିପି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ପୋଲିସ ସ୍କାନରରେ ଥିବା ଯଦୁପୁର ଗାଁର ସରୋଜ ସେଠୀ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଲାଂଚ ଅଭିଯୋଗ ଆଣିଥିଲେ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ତାଙ୍କୁ ଦୋଷ ମାନିବା ପାଇଁ ଲାଂଚ ଯାଚୁଛନ୍ତି ବୋଲି ସେଠୀ କହିଥିଲେ । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଡିଜିପି କହିଛନ୍ତି ଯେ, ସରୋଜ ସେଠୀଙ୍କ ବୟାନ ପୋଲିସର ମନୋବଳକୁ ଦୁର୍ବଳ କରିବ ।ଏସଆଇଟିକୁ ତା ଦାୟିତ୍ୱ ସଂପାଦନ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି ।

Comments are closed.