ଭୁବନେଶ୍ୱର-ପୁନେ ମଧ୍ୟରେ ଆରମ୍ଭ ହେବ ସିଧାସଳଖ ବିମାନ ସେବା, ରାଜ୍ୟ ସରକାର ଯୋଗାଇ ଦେବେ ଆର୍ଥିକ ସହାୟତା

ଭୁବନେଶ୍ୱର- ପୁଣେର ଓଡିଆ ସଂପ୍ରଦାୟକୁ ଦେଇଥିବା ନିଜର ପ୍ରତିଶ୍ରୁତି ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରୁ ପୁନେକୁ ସିଧାସଳଖ ଆରମ୍ଭ ହେବ ବିମାନ ସେବା । ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ୱର- ପୁନେ ମଧ୍ୟରେ ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଚଳାଚଳ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ତିନି ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହି ବିମାନ ସେବା ଓଡିଶାରେ ଉନ୍ନତ ଯୋଗାଯୋଗ ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପୁନେ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ବସବାସ କରୁଥିବା ଓଡିଆ ସଂପ୍ରଦାୟକୁ ପୁଣେ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳକ ବିମାନ ସେବା ଆରମ୍ଭ କରିବା ପାଇଁ ବ୍ୟକ୍ତିଗତ ଭାବେ ଉଦ୍ୟମ କରିବେ ବୋଲି ଆଶ୍ୱାସନା ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ନିଜେ କେନ୍ଦ୍ର ସରକାରଙ୍କୁ ଦୁଇ ସହର ମଧ୍ୟରେ ବିମାନ ସେବା ଆରମ୍ଭ ପାଇଁ ଅନୁରୋଧ କରିଥିଲେ ।

ଶିକ୍ଷାବିତ, ଆଇଟି ପ୍ରଫେସନାଲ ଓ ପର୍ଯ୍ୟଟକମାନେ ଭୁବନେଶ୍ୱର ଓ ପୁଣେ ମଧ୍ୟରେ ଯିବା ଆସିବା କରିଥାନ୍ତି । ସେ ଦୃଷ୍ଟିରୁ ଭୁବନେଶ୍ୱର ଓ ପୁଣେ ମଧ୍ୟରେ ସିଧାସଳଖ ବିମାନ ସେବା ଦ୍ୱାରା ଓଡିଶା ଓ ମହାରାଷ୍ଟ୍ରର ଲୋକେ ଉପକୃତ ହେବେ ।

Comments are closed.