ଦାଦାସାହେବ ଫାଲକେ ପୁରସ୍କାର ୨୦୨୩: ‘କାଶ୍ମୀର ଫାଇଲ୍ସ’ ଶ୍ରେଷ୍ଠ ଫିଲ୍ମ, ‘ଆରଆରଆର’କୁ ବି ମିଳିଲା ବଡ଼ ସମ୍ମାନ

ମୁମ୍ବାଇ: ମୁମ୍ବାଇରେ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଉତ୍ସବ ୨୦୨୩ରେ ବିବେକ ଅଗ୍ନିହୋତ୍ରୀଙ୍କ ବହୁ ଚର୍ଚ୍ଚିତ ‘ଦି କଶ୍ମୀର ଫାଇଲ୍ସ’ ଜିତିଛି ଶ୍ରେଷ୍ଠ ଫିଲ୍ମ ଆଓ୍ବାର୍ଡ । ଏଥିସହ ଏସ୍ଏସ୍ ରାଜାମୌଲିଙ୍କ ‘ଆରଆରଆର’ ଫିଲ୍ମ ଅଫ୍ ଦି ଇୟର ବିବେଚିତ ହୋଇଛି ।

ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ‘ଦି କାଶ୍ମୀର ଫାଇଲ୍ସ’ ଦାଦାସାହେବ ଫାଲକେ ପୁରସ୍କାର ୨୦୨୩ ଜିତିବା ପରେ ବିବେକ ଅଗ୍ନିହୋତ୍ରୀ ଉଲ୍ଲସିତ ହୋଇଛନ୍ତି । ସେ ଟ୍ୱିଟ୍ କରି ଏହି ପୁରସ୍କାରକୁ ଆତଙ୍କବାଦ ପୀଡିତ ଓ ଭାରତର ସମସ୍ତ ଲୋକଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ଅନୁପମ ଖେର ମଧ୍ୟ ମୋଷ୍ଟ ଭର୍ସାଟାଇଲ୍ ଅଭିନେତା ଆଓ୍ବାର୍ଡ ପାଇଛନ୍ତି ।

ଚୁପ୍: ରିଭେଞ୍ଜ ଅଫ୍ ଦି ଆର୍ଟିଷ୍ଟ’ ପାଇଁ ଆର୍ ବାଲ୍କି ଶ୍ରେଷ୍ଠ ନିର୍ଦ୍ଦେଶକ ଆଓ୍ବାର୍ଡ ଜିତିଛନ୍ତି ।

ଅନ୍ୟପକ୍ଷରେ ଆଲିଆ ଭଟ୍ଟ “ଗଙ୍ଗୁବାଇ କାଠିଆୱାଡି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ତାଙ୍କ ଅଭିନେତା ସ୍ବାମୀ ରଣବୀର କପୁରଙ୍କୁ ‘ବ୍ରହ୍ମାସ୍ତ୍ର’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ‘କାନ୍ତାରା’ ଫେମ୍ ରିଷଭ ଶେଟ୍ଟୀ ବେଷ୍ଟ ପ୍ରମିଜିଂ ଆକ୍ଟର ବିବେଚିତ ହୋଇଛନ୍ତି | ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅବଦାନ ପାଇଁ ଅଭିନେତ୍ରୀ ରେଖାଙ୍କୁ ସମ୍ମାନିତ କରାଯାଇଥିଲା।

Comments are closed.