ଗୁରୁବାର ଭାରତୀୟ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ – ଭାରତୀୟ ବାୟୁସେନାରେ ଗୁରୁବାର ବିଧିବଦ୍ଧ ଭାବେ ସାମିଲ ହେବ ଲଢୁଆ ବିମାନ ରାଫେଲ୍ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ରାଫେଲକୁ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯିବ । ଏଥିପାଇଁ ଅମ୍ବାଲା ଏୟାରବେସରେ ଏକ ଔପଚାରିକ ଉତ୍ସବର ଆୟୋଜନ କରାଯାଇଛି । ଫ୍ରାନସରୁ ଆସିିଥିବା ୫ଟି ରାଫେଲ ବିମାନକୁ ଆସନ୍ତାକାଲିର ଉତ୍ସବରେ ସାମିଲ କରାଯିବ ।

Comments are closed.